ଶ୍ରମିକ ଟିଏ ମୁଁ – ବିଜୟ କୁମାର ସ୍ବାଇଁ

Views: 25
0 0
Read Time:1 Minute, 53 Second

ଶ୍ରମିକ ଟିଏ ମୁଁ ଶ୍ରମିକ ଟିଏ

ଶ୍ରମ ଟି ମୋହର ସାଥୀ

ଶ୍ରମ ବିନା କିଛି ଜାଣି ନାହିଁ ମୁଁ ଯେ

ଶ୍ରମ ବିନା ନାହିଁ ଗତି।

ମୋର ଶ୍ରମ ଦାନ ପାଇଁ କି ଜଗତେ

ସମସ୍ତଙ୍କ ମୁହେଁ ହସ

ସ୍ଥାବର ଜଙ୍ଗମ୍ ହସି ଉଠେ ପରା

ପାଇ ମୋହର ପରସ।

ଜାତି ଭେଦ ଆଉ ଉଚ୍ଚ ନୀଚ ଭାବ

ଲିଙ୍ଗ ବର୍ଣ୍ଣ ର ପ୍ରଭେଦ

କରମ କରେ ମୁଁ କର୍ମେ ରଖି ମତି

ସଭିଙ୍କୁ ମଣ ଇ ଏକ।

ସବୁ ଦୁଃଖ ସହି ସବୁରି ମୁହଁ ରେ

ଫୁଟାଇବା ପାଇଁ ହସ

ଶ୍ରମିକ ଟିଏ ମୁଁ ମୋ ଜୀବନ ସାରା

ଜାରି ରଖିଛି ପ୍ରୟାସ।

ମୋର ଜୀବନ ର ଶେଷ ରକ୍ତ ବିନ୍ଦୁ

ଶରୀର ରେ ଥିବା ଯାଏ

କରିଯିବି କର୍ମ କର୍ମ ମୋର ଧର୍ମ

କର୍ମ ର ଜୟ ଗାଏ।

ବିଜୟ କୁମାର ସ୍ବାଇଁ
ପ୍ରଧାନ ପଡା
ଗୋପୀନାଥ ପୁର
କଟକ।

Share this :
Next Post

କିଏ ବା କରିବ ନଜର - ସହଦେବ ବେହେରା

ତମ ବାଟ ଚାହିଁ ରହିଥିଲି ମୁହିଁ ଯେବେଠୁ ତମକୁ ଦେଖିଲି ମୋ ମନ ମନ୍ଦିରେ ତମକୁ ବସାଇ ନିତି ତମ କଥା ଭାବିଲି ll 1 ବାଡ଼ି ଅଗଣାର ଆମ୍ବ ଗଛ ମୂଳେ ତମକୁ ଛପି ମୁଁ ଦେଖଇ ବାପା ବୋଉ ଯଦି ପଚାରନ୍ତି କେବେ ମିଛ କଥା ପୁଳେ କହଇ ll 2 ପୋଖରୀରେ ପଶି କଇଁ ତୋଳି ଦିଅ କୁଆଁର ପୁନେଇ ତିଥିରେ ତମକୁ ଦେଖିଲେ ମୋ […]

Subscribe US Now