କିଏ ବା କରିବ ନଜର – ସହଦେବ ବେହେରା

Views: 21
0 0
Read Time:3 Minute, 2 Second

ତମ ବାଟ ଚାହିଁ ରହିଥିଲି ମୁହିଁ
ଯେବେଠୁ ତମକୁ ଦେଖିଲି
ମୋ ମନ ମନ୍ଦିରେ ତମକୁ ବସାଇ
ନିତି ତମ କଥା ଭାବିଲି ll 1

ବାଡ଼ି ଅଗଣାର ଆମ୍ବ ଗଛ ମୂଳେ
ତମକୁ ଛପି ମୁଁ ଦେଖଇ
ବାପା ବୋଉ ଯଦି ପଚାରନ୍ତି କେବେ
ମିଛ କଥା ପୁଳେ କହଇ ll 2

ପୋଖରୀରେ ପଶି କଇଁ ତୋଳି ଦିଅ
କୁଆଁର ପୁନେଇ ତିଥିରେ
ତମକୁ ଦେଖିଲେ ମୋ ହୃଦ କମଳ
ଫୁଟି ଉଠେ ମନ ପ୍ରାଣରେ ll 3

ତମ ଆଖି ସାଥେ ଆଖି ଯେବେ ମିଶେ
ଆଖିକୁ ମୋ କିଛି ଦିଶେନି
ଦିନ ରାତି ସବୁ ଏକା ପରି ଲାଗେ
କାହାକୁ କହି ମୁଁ ପାରେନି ll 4

କେତେ ଥର ଯାଇ ଝରକା ଫାଙ୍କରେ
ଲୁଚି ଲୁଚି ଦେଖେ ତମକୁ
ମନେ ମନେ ସ୍ଥିର କରି ନେଇଥିଲି
ଘରଣୀ ତୁମର ହେବାକୁ ll 5

ବାପା ବୋଉ ଭାଇ ସଭିଏଁ ତ ରାଜି
ରାଜି ତୁମ ଘର ସଦସ୍ଯ
ଦିନ ଗଣୁଥିଲି ଆସିବ ସେଦିନ
ପାଇବି ତମର ପରଶ ll 6

ସବୁ ଆଜି ଲାଗେ ସ୍ବପ୍ନ ମୁଁ ଦେଖୁଛି
ପାଏ ନାହିଁ ରାତି ଅନ୍ଧାର
କାହା ଭାଗ୍ୟେ ଲେଖା ରାଜସୁଖ ଭୋଗ
ମୋ ଲାଗି ଟୋପାଏ ସିନ୍ଦୂର ll 7

ଟୋପାଏ ସିନ୍ଦୂର ମିଳିଲାନି ମୋତେ
ପିଇବି କି ସତେ ଜହର
ବିଧାତା ଖେଳୁଛି ବଇରି ମୋ ସାଥେ
କିଏ ବା କରିବ ନିଜର ll 8

ସହଦେବ ବେହେରା
ମଙ୍ଗରାଜପୁର,
ହାଟଡିହି, ଆନନ୍ଦପୁର, କେନ୍ଦୁଝର

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

One thought on “କିଏ ବା କରିବ ନଜର – ସହଦେବ ବେହେରା

  1. କିଏ ବା କରିବ ନିଜର – କବିତା ହୃଦୟ ସ୍ପର୍ଶୀ ହୋଇଛି ! ସମୟ ସମୟରେ ଦେଖା ଯାଏ ଆଶା କରଥିବା ଜିନିଷ ମିଳିପାରେ ନାହିଁ ! ମାନସ ପଟରେ ତାହା ଆନ୍ଦୋଳିତ କରେ ବାରମ୍ବାର !

Comments are closed.

Next Post

HAPPY LABOUR DAY - Prasanna Kumar Bhatta

Labour lengthens lifespan. Labour defines the effort or work especially more physical work. Everyone does labour, a little or a lot Ones responsibility measures ones power and labour Nobody in the world who is not a labour of love . Everyone is one one labourer , Responsibilities only. differ. Officer […]

Subscribe US Now