ଦର୍ପଣ ଓ ଜ୍ଞାନ – ସୁକାନ୍ତ ଖଣ୍ଡା

Views: 52
0 0
Read Time:1 Minute, 48 Second

ବହୁ ଚେଷ୍ଟା କଲି ଦର୍ପଣ ଆଗରେ

ଲୁଚେଇବି ସବୁ ସତ୍ଯ

ଅଥଚ ଦର୍ପଣ ସତ୍ଯତା ସହିତ

ସାମ୍ନାକୁ ଆଣିଲା ତଥ୍ଯ।

ବହୁ ଡରୁଥିଲି ଯେବେ ଥିଲି ମୂର୍ଖ

ସାମନା ହେବାକୁ ମୋତେ

ଶିଖିତ ହେବାରୁ ଜ୍ଞାନ ହୃଦେ ହେଲା

ଭୀତ ଆଜି ନୁହେଁ ସତେ।

ସତ୍ଯତା ଦର୍ପଣ ଜ୍ଞାନ ହୃଦେ ଯେବେ

ପ୍ରବେଶ ହୋଇଲା ଦିନୁ

ଆଜି ମୁଁ ସଂସାରେ ଉଡୁଛି ଆନନ୍ଦେ

ଅଚିନ୍ତା ହୋଇଲା ମନୁ।

ସତରେ ଏ ଦୁହେଁ ଜଗତରେ ସାର

ଯିଏ ଶିଖାଇଲା ସତ୍ଯ

ଆଉ ବି ସାହସେ ଭ୍ରମଣ କରୁଛି

ସଭିଙ୍କୁ କରୁଛି ମିତ।

ଦର୍ପଣ ଓ ଜ୍ଞାନ ଗୁରୁ ରୂପେ ଠିଆ

ଯେଉଁଦିନ ହେଲେ ଉଭା

ମୋ’ ହୃଦ ମନ୍ଦିର ଜକଜକ ପରି

ଦେଖାଉ ଚାଲିଛି ଆଭା।

ସୁକାନ୍ତ ଖଣ୍ଡା

ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର

Share this :
Next Post

ଆରେ କାଳିଆ ଆ, କ୍ଷୀର ସାଗରରରୁ ଆ - ପ୍ରସନ୍ନ କୁମାର ଭଟ୍ଟ

ଜଗାରେ , ବଡମନ୍ଦିରର ରତ୍ନ ସିଂହାସନ ଶୂନ୍ୟ କରି କ୍ଷୀରସାଗରରେ ଲୀନ ହୋଇଗଲକି ? ସପ୍ତଫେଣୀ ନାଗର କୋମଳ ଶଯ୍ୟା , ଲକ୍ଷ୍ମୀଙ୍କ ପଦ ସଂଚାଳନ ଆମକୁ ଭୁଲାଇ ଦେଲାକି ? କ୍ଷୀର ସାଗରର ମୃଦୁ ମନ୍ଦ ଶୀତଳ ପବନ ଗାଢ ନିଦ୍ରାରେ ହଜିଇଦେଲାକି ? କରୋନାର କଷ୍ଟ , ଅସହ୍ଯ ଗରମର ଯନ୍ତ୍ରଣା ତୋତେ କତ ଜଣା ପଡୁଛି କି ? ଭକ୍ତ ମାନଙ୍କ ଆକୁଳ ନିବେଦନ ଓ […]

Subscribe US Now