ଆରେ କାଳିଆ ଆ, କ୍ଷୀର ସାଗରରରୁ ଆ – ପ୍ରସନ୍ନ କୁମାର ଭଟ୍ଟ

Views: 55
0 0
Read Time:1 Minute, 49 Second

ଜଗାରେ ,

ବଡମନ୍ଦିରର ରତ୍ନ ସିଂହାସନ ଶୂନ୍ୟ
କରି କ୍ଷୀରସାଗରରେ ଲୀନ
ହୋଇଗଲକି ?

ସପ୍ତଫେଣୀ ନାଗର କୋମଳ ଶଯ୍ୟା ,
ଲକ୍ଷ୍ମୀଙ୍କ ପଦ ସଂଚାଳନ ଆମକୁ
ଭୁଲାଇ ଦେଲାକି ?

କ୍ଷୀର ସାଗରର ମୃଦୁ ମନ୍ଦ ଶୀତଳ
ପବନ ଗାଢ ନିଦ୍ରାରେ
ହଜିଇଦେଲାକି ?

କରୋନାର କଷ୍ଟ , ଅସହ୍ଯ ଗରମର
ଯନ୍ତ୍ରଣା ତୋତେ କତ ଜଣା
ପଡୁଛି କି ?

ଭକ୍ତ ମାନଙ୍କ ଆକୁଳ ନିବେଦନ ଓ ପ୍ରାର୍ଥନା
ସତୋର କାନରେ ପତିଧ୍ୟନିତ
ହେଉନି କି???

କ୍ଷୀର ସାଗରରେ ଡୁଵି ରହି
ଭକ୍ତମାନଙ୍କ ଦୁଃଖ ଆଉ ମନେ
ପଡୁନି କି??

ଆରେ କାଳିଆ, ଆ…..

ବଡ ମନ୍ଦିରକୁ ଆସେ
ଜନାକୀଣ୍ଣ କର ବଡଦାଣ୍ଡ
ତୋ ଵିନା ଶୂନ୍ୟ ଶୂନ୍ୟ
ଲାଗୁଛି ଏହି ସବୁ କାଣ୍ଡ ।

ପ୍ରସନ୍ନ କୁମାର ଭଟ୍ଟ
ବ୍ରହ୍ମପୁର ,ଓଡିଶା

Share this :
Next Post

FORGET ME! - Dr.Prasana Kumar Dalai

FORGET ME! Now I am living alone. And wishing you are with me. I need your affection and tell you,I am sorry and beg you. To forgive me one last time. I will make it up to you again. I promise just tell me. You will give one more chance. […]

Subscribe US Now