ଅନନ୍ୟ ସାଧନା – ବେଣୁଧର ସୂତାର

Views: 52
0 0
Read Time:3 Minute, 1 Second

ସାଧନାରେ ସିଦ୍ଧି ମିଳିଥାଏ ସିନା
କେତେ ନୂଆ ସମ୍ଭାବନା
ନିଷ୍ଠା ନନ୍ଦିତ ଅନୁ ପ୍ରେରଣାର
ଉଦ୍ଦାମ କର୍ମୋଦ୍ଦୀପନା ।
ସୁ ଆଦର୍ଶ ନିଷ୍ଠ ଅନୁଚଳନ ହିଁ
ଜୀବନର ବାସ୍ତବତା
ପ୍ରବୃତ୍ତି ରଞ୍ଜିତ ପ୍ରେରଣାଦୀପ୍ତ
ଶ୍ରମପ୍ରିୟ ତତ୍ପରତା ।
ଭକ୍ତି ଓ ଜ୍ଞାନର ପୂତ ଉତ୍ସର୍ଜନା
ବିଭୂ ପ୍ରୀତି ଆପ୍ୟାୟନା
ବିଧି ବିନାୟିତ ସାର୍ଥକ ସଙ୍ଗତି
ଦରଦୀ ବିଭବ ସିନା ।
ପ୍ରୀତି ପରିପୂର୍ଣ୍ଣ ପବିତ୍ର ଜୀବନ
ଇଷ୍ଟ ନିଷ୍ଠ ମନୋରଥ
ଦିବ୍ୟ ବ୍ୟକ୍ତିତ୍ୱର ପରମ ବିଭୂତି
ଅମୃତ ସ୍ବର୍ଗିୟ ପଥ ।
ଜୀବ ଜଗତର ବିଶ୍ବାସ ଆଧାର
ଈଶ୍ବରୀୟ ପ୍ରେମ ଭାବ
ଆନୁଗତ୍ୟ ପୂର୍ଣ୍ଣ ଧର୍ମାନୁଚର୍ଯ୍ୟାର
ସୁଧାମୟ ବଇଭବ ।
ବିଭୂ ଚେତନାର ପାବନ ଅମୃତେ
ବ୍ୟଷ୍ଟି ସମଷ୍ଟିର ମୂଳ
ଧର୍ମ କର୍ମ ନିଷ୍ଠ ଭାବନା ଆପ୍ଳୁତ
ହୃଦୟର ଅନ୍ତଃସ୍ଥଳ ।
ସାଜକର୍ମଯୋଗୀ ଅନନ୍ୟ ସାଧନେ
ଜୀବନ ଆଦର୍ଶ ଘେନ
ବିବେକ ବୁଦ୍ଧିର ସାତ୍ବିକ ବିନ୍ୟାସେ
ପୂର୍ଣ୍ଣହେଉ ଜ୍ଞାନାଞ୍ଜନ ।
ପବିତ୍ର ମନର ପୂତ ସମର୍ପଣେ
ଲଭେ ବିଭୂ ଆଶୀର୍ବାଦ
ପୁଣ୍ୟମୟ ଚିତ୍ତ ଲଭଇ ଅମୃତ
ଅତିଶାୟନୀର ଭେଦ ।

ବେଣୁଧର ସୂତାର
କେଶଦୁରାପାଳ
କେନ୍ଦୁଝର
ଦୂରଭାଷ -୯୧୭୮୫୬୮୨୪୬

Share this :
Next Post

ସ୍ବପ୍ନ - ମୃତ୍ୟୁଞ୍ଜୟ ସାହୁ

ସ୍ବପ୍ନ ତ ସମସ୍ତେ ଦେଖନ୍ତି କିଏ ରାତିରେ ଶୋଇ ଦେଖେ ତ କିଏ ଅନିଦ୍ରା ରହି ଦେଖିଥାଏ କେତେ ସ୍ବପ୍ନ ତା ଜୀବନର l କିଏ ଭାବନା ରାଜ୍ୟରେ ବି ଦେଖିଥାନ୍ତି ସୁନ୍ଦର ଭବିଷ୍ୟତର l କିଏ ପୁଣି ଖୋଜିଥାଏ ଆଖିର ଲୁହରେ ଭିଜିଯାଇଥିବା ସେଇ ଓଦା ସ୍ବପ୍ନ l ସାଉଁଟି ଚାଲିଥାଏ ଅତୀତକୁ ଆଉ ଖୋଜିବୁଲେ ସେଇ ସୁନେଲି ରଙ୍ଗର ସ୍ବପ୍ନ l କେବେ ଲୀନ ହେଇଯାଇଛି ସମୟ […]

Subscribe US Now