ସ୍ବପ୍ନ – ମୃତ୍ୟୁଞ୍ଜୟ ସାହୁ

Views: 60
0 0
Read Time:2 Minute, 34 Second

ସ୍ବପ୍ନ ତ ସମସ୍ତେ ଦେଖନ୍ତି
କିଏ ରାତିରେ ଶୋଇ ଦେଖେ
ତ କିଏ ଅନିଦ୍ରା ରହି ଦେଖିଥାଏ
କେତେ ସ୍ବପ୍ନ ତା ଜୀବନର l

କିଏ ଭାବନା ରାଜ୍ୟରେ
ବି ଦେଖିଥାନ୍ତି
ସୁନ୍ଦର ଭବିଷ୍ୟତର l

କିଏ ପୁଣି ଖୋଜିଥାଏ
ଆଖିର ଲୁହରେ
ଭିଜିଯାଇଥିବା ସେଇ ଓଦା ସ୍ବପ୍ନ l

ସାଉଁଟି ଚାଲିଥାଏ ଅତୀତକୁ
ଆଉ ଖୋଜିବୁଲେ
ସେଇ ସୁନେଲି ରଙ୍ଗର ସ୍ବପ୍ନ l

କେବେ ଲୀନ ହେଇଯାଇଛି
ସମୟ ଚକ୍ରରେ
ତ କେବେ ହଜି ଯାଏ
ଅତଳ ସମୁଦ୍ର ମଧ୍ୟରେ l

କେବେ ସ୍ମୃତି ହୋଇ ଭିଜାଇଛି
ଦୁଇ ହୃଦୟକୁ
ଆଉ କେବେ ତୃଷ୍ଣା ମେଣ୍ଟାଇଛି
ଆଖିର ଲୁହରେ l

ବରଡ଼ା ପତର ପରି
ଥରୁଥିବା ଓଠ ଦୁଇଟିକୁ
ସାନ୍ତ୍ୱନା ବି ଦେଇପାରିଛି ସେଇ ସ୍ବପ୍ନ l

ଏଠି ସଭିଏଁ ସ୍ବପ୍ନର ବଣିକ
ସବୁ କିଛି କିଣାବିକା କରେ
ସେଇ ସ୍ବପ୍ନ l

କେବେ ଲୁହର ପ୍ରତାରଣାରେ
ତ କେବେ ପୁଣି
ଆଶାର ଆଲୋକରେ l

ପୁଣି କେବେ
ଅଧା ଗଢ଼ା ସ୍ବପ୍ନକୁ
ପୁରା କରିବାରେ l

ମୃତ୍ୟୁଞ୍ଜୟ ସାହୁ
ପ୍ରତିଷ୍ଠାତା :- କବିତା ମିନାର ସାହିତ୍ୟ ଘର
ବଡମ୍ବା, କଟକ
ମୋ:-9090700601

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

One thought on “ସ୍ବପ୍ନ – ମୃତ୍ୟୁଞ୍ଜୟ ସାହୁ

  1. ସ୍ବପ୍ନ ତ ସମସ୍ତେ ଦେଖନ୍ତି , ଦେଖିବାକୁ ସମସ୍ତଙ୍କୁ ଭଲ ବି ଲାଗେ ! ବେଳେ ବେଳେ ସ୍ବପ୍ନ ହିଁ ଉଚ୍ଚକୁ ଯିବା ପାଇଁ ପ୍ରେରଣା ଯୋଗାଏ ! ସୁତରାଂ କବିଙ୍କ ସ୍ବପ୍ନ ସତ୍ୟରେ ପରିଣତ ହେଉ !
    ଧନ୍ୟବାଦ

Comments are closed.

Next Post

ହସ - ବାଙ୍କାବିହାରୀ ମହାକୁର

ବ୍ୟସ୍ତ ବହୁଳତା ସଂସାର ଜଞ୍ଜାଳେ ନର ହୁଏ ଯେବେ ଛନ୍ଦି କାମ କଷଣରେ ଦିବାନିଶି ସିଏ ଘୁରୁଥାଏ ଗଳିକନ୍ଦି । ବିଛଣା ଛାଡିଲେ କାମରେ ମଜ୍ଜିଲେ ନ ଜାଣଇ ସୁଖଦୁଃଖ କ୍ଳାନ୍ତ ମନ ସାଥେ ବାହୁଡଇ ପଥେ ହୃଦୟେ ହୋଇ ବିମୁଖ । ବିରହ ବେଦନା ଦିଅଇ ଯନ୍ତ୍ରଣା ଚାପଗ୍ରସ୍ତ ରୋଗଶୋକ ପ୍ରତି ବଦଳରେ ଜୀବନରେ ମିଳେ ହସଠାରୁ ବେଶୀ ଦୁଃଖ । ହସଟି ଅଟଇ ଅମୂଲ୍ୟ ସଂପଦ ସ୍ବାସ୍ଥ୍ୟକୁ […]

Subscribe US Now