ହସ – ବାଙ୍କାବିହାରୀ ମହାକୁର

Views: 53
0 0
Read Time:2 Minute, 25 Second

ବ୍ୟସ୍ତ ବହୁଳତା ସଂସାର ଜଞ୍ଜାଳେ
ନର ହୁଏ ଯେବେ ଛନ୍ଦି
କାମ କଷଣରେ ଦିବାନିଶି ସିଏ
ଘୁରୁଥାଏ ଗଳିକନ୍ଦି ।

ବିଛଣା ଛାଡିଲେ କାମରେ ମଜ୍ଜିଲେ
ନ ଜାଣଇ ସୁଖଦୁଃଖ
କ୍ଳାନ୍ତ ମନ ସାଥେ ବାହୁଡଇ ପଥେ
ହୃଦୟେ ହୋଇ ବିମୁଖ ।

ବିରହ ବେଦନା ଦିଅଇ ଯନ୍ତ୍ରଣା
ଚାପଗ୍ରସ୍ତ ରୋଗଶୋକ
ପ୍ରତି ବଦଳରେ ଜୀବନରେ ମିଳେ
ହସଠାରୁ ବେଶୀ ଦୁଃଖ ।

ହସଟି ଅଟଇ ଅମୂଲ୍ୟ ସଂପଦ
ସ୍ବାସ୍ଥ୍ୟକୁ ରଖଇ ସୁସ୍ଥ
ସତେଜତା ରହେ ମନ ଓ ହୃଦୟ
ରକ୍ତ ସଂଚାଳନ ସ୍ବଛ୍ଛ ।

ଶରୀରକୁ କରେ ସରସ ସୁନ୍ଦର
ମନ ସଦା ପ୍ରଫୁଲ୍ଲିତ
ସହନଶୀଳତା ସହ ଚିନ୍ତାଶକ୍ତି
ହୋଇଥାଏ ବିକଶିତ ।

ଖୁଖିଲା ମୁହଁରେ ଖେଳିଗଲେ ହସ
ଦୂରାଇ ଯାଏ ଅବସ
ଜନ୍ମାଏ ବିଶ୍ବାସ ଆତ୍ମୀୟତା ଭାବ
ଭୁଲିଯାଏ ଅବଶୋଷ ।

ହସି ହସାଇବା ଗଢି ତୋଳିଦେବା
ନୂତନ ଗୋଟେ ସଂସାର
ଏକାଠି ବଞ୍ଚିବା ଖୁସିରେ ରହିବା
ହସକୁ କରି ନିଜର ।

ବାଙ୍କାବିହାରୀ ମହାକୁର
ବୁରୁବୁଡା ବୀରମହାରାଜପୁର ସୁବର୍ଣ୍ଣପୁର

Share this :
Next Post

ଅସୁନ୍ଦର କିଛି ନାହିଁ - ରଞ୍ଜନ କୁମାର ମହାନ୍ତି

କିଏ ଆଙ୍କିଦେଲା ଧୂସର ଗଗନେ ସପ୍ତ ରଙ୍ଗେ ବୋଳା ଅପୂର୍ବ ଛବି… ପାଦ ତଳେ ତାଙ୍କ ମୁଣ୍ଡ ଯାଏ ନଇଁ କାରିଗରୀ ତାଙ୍କ ମନରେ ଭାବି…ତାଙ୍କୁ କି ଉପମା ଦେବି… ଅନୁପମ ଯିଏ କୋଣେ ଅନୁକୋଣେସବୁ ସୁଷମାର ଚାବି… ସୁମନେ ସୁବାସ ତାରା ମୁଖେ ହସ ସବୁ ଅଟେ ପରା ତାଙ୍କରି ଦାନ…ସିଏ ତ ପ୍ରଦୋଷେ ପ୍ରଦୀପର ଜ୍ୟୋତି ସେ ପୁଣି ଉଷାର ଆଦ୍ୟ କିରଣ… ସର୍ବତ୍ର ସେ ବିଦ୍ୟମାନ…ଆରମ୍ଭରେ […]

Subscribe US Now