ମାଆ ତାରା ତାରିଣୀ – ବିଜୟ କୁମାର ସ୍ବାଇଁ

Views: 47
0 0
Read Time:1 Minute, 37 Second


ଋଷିକୂଲ୍ୟା ନଦୀ ତୀରେ
ରତନ ଗିରି ର ପରେ
ବିଜେ କରିଛନ୍ତି ମାଆ
ତାରା ତାରିଣୀ
ଆସ ଦେଖି ଯିବା ପରା।

ଭକତି ମନ ରେ ପୂଜିଲେ ମାଆଙ୍କୁ
ଦିଅନ୍ତି ବାଞ୍ଛିତ ବର
ସେହି ମୋ ଜନନୀ ଅଭୟ ଦାୟିନୀ
ତା ଲୀଳା ଅପାର
ମାଆ ତାରା ତାରିଣୀ
ଭକ୍ତ ଡାକ ଶୁଣି
ଢ଼ା ଳ ନ୍ତି ଆଶିଷ ଧାରା।

ଆସ ଦେଖି ଯିବା ପରା ।

ସନ୍ତାନ ପାଇଁକି ମାଆ ର ଅନ୍ତର
ସଦା ବ୍ୟାକୁଲିତ ଥାଏ
ମନ ପ୍ରାଣ ଦେଇ ଡାକିଲେ ତାହାକୁ
ପାଖେ ଆସି ଠିଆ ହୁଏ
ଶକ୍ତି ସ୍ୱରୁପି ଣୀ ମା ତାରା ତାରିଣୀ
ସେ ପଦେ କର ଆସରା।
ଆସ ଦେଖି ଯିବା ପରା,,,

ବିଜୟ କୁମାର ସ୍ବାଇଁ
ପ୍ରଧାନ ପଡା
ଗୋପୀନାଥ ପୁର।
୯୧୭୮୮୭୧୨୩୮

Share this :
Next Post

ସୂର୍ଯ୍ୟାସ୍ତ ତାରାପୀଠେ - ପଣ୍ଡିତ ଅଭୟ କୁମାର ତ୍ରିପାଠୀଶର୍ମା

ସବୁଜେ ସବୁଜ ସବୁଜିମା ଭରାଭୂଧର ରାଜ ସାଜେ lଶିଖରେ ତାହାର” ମା’ଆ ତାରାଙ୍କର “ଜୟର ଡିଣ୍ଡିମ ବାଜେ llଖ’ଚର କାକଳୀ କପିଙ୍କର କଳିଋଷିକୂଲ୍ୟା କଳନାଦ lପ୍ରମାଦ ପଡିଲେ ଭକତଙ୍କୁ ପୁଣିଖଣ୍ଡନ୍ତି ବିପଦାପଦ llକିଦେବି ଉପମା ସୌନ୍ଦର୍ଯ୍ୟ ତାହାରସୁରୁଜ ଢଳିବା ବେଳେ lଉପାନ୍ତରେ ତାର ଶ୍ୟାମଳୀମା ଭରାକ୍ଷେତରେ ଫସଲ ଖେଳେ llଦୂର ଦିଗ୍-ବଳୟ ତଳେ ଶିଖରରବିହଙ୍ଗ ଦଳର ଶୋଭା lନଭମଣ୍ଡଳରେ ପ୍ରଭାକରଙ୍କରରକ୍ତିମ ସ୍ବର୍ଣ୍ଣାଭ ଆଭା llଶୁଭ୍ର ଆକାଶରେ ଖଣ୍ଡ ଖଣ୍ଡ ଶୁକ୍ଳବାରିଦର […]

Subscribe US Now