ସୂର୍ଯ୍ୟାସ୍ତ ତାରାପୀଠେ – ପଣ୍ଡିତ ଅଭୟ କୁମାର ତ୍ରିପାଠୀଶର୍ମା

Views: 29
0 0
Read Time:3 Minute, 19 Second



ସବୁଜେ ସବୁଜ ସବୁଜିମା ଭରା
ଭୂଧର ରାଜ ସାଜେ l
ଶିଖରେ ତାହାର” ମା’ଆ ତାରାଙ୍କର “
ଜୟର ଡିଣ୍ଡିମ ବାଜେ ll
ଖ’ଚର କାକଳୀ କପିଙ୍କର କଳି
ଋଷିକୂଲ୍ୟା କଳନାଦ l
ପ୍ରମାଦ ପଡିଲେ ଭକତଙ୍କୁ ପୁଣି
ଖଣ୍ଡନ୍ତି ବିପଦାପଦ ll
କିଦେବି ଉପମା ସୌନ୍ଦର୍ଯ୍ୟ ତାହାର
ସୁରୁଜ ଢଳିବା ବେଳେ l
ଉପାନ୍ତରେ ତାର ଶ୍ୟାମଳୀମା ଭରା
କ୍ଷେତରେ ଫସଲ ଖେଳେ ll
ଦୂର ଦିଗ୍-ବଳୟ ତଳେ ଶିଖରର
ବିହଙ୍ଗ ଦଳର ଶୋଭା l
ନଭମଣ୍ଡଳରେ ପ୍ରଭାକରଙ୍କର
ରକ୍ତିମ ସ୍ବର୍ଣ୍ଣାଭ ଆଭା ll
ଶୁଭ୍ର ଆକାଶରେ ଖଣ୍ଡ ଖଣ୍ଡ ଶୁକ୍ଳ
ବାରିଦର ସମାହାର l
ସାରସ ଚକୋର ହଂସରାଳୀ ଆଦି
ବିହଙ୍ଗମ ଗତିଧାର ll
ଅନତି ଦୂରରେ ଲାଗିରହିଅଛି
ଗ୍ରାମ ପାଟଣା ନଗର l
ଭାରି ନିଷ୍କପଟ ସରଳ ହୃଦୟ
ବସନ୍ତି ସେଠାର ନର ll
ନିୟତିର କେଉଁ କରାଳ ଚକ୍ରରେ
ସୁନ୍ଦର ମନ୍ଦିର ଶିଖ l
ବଜ୍ରର ଆଘାତେ ଢଳିପଡ଼ିଅଛି
ଅତୀବ ଦେଉଛି ଦୁଃଖ ll
ବୋଧେ ସଭିଙ୍କର ଦୁଃଖ ବୁଝୁ ବୁଝୁ
ନିଜକଥା ଯାଇ ଭୁଲି l
ବଜ୍ର ଆଘାତକୁ ଏଡ଼ିଦେବାପାଇଁ
ଆଖିତା ପାରିନି ଖୋଲି ll
ମାଆ’ସେ ସଭିଙ୍କୁ ଢାଙ୍କି ରଖିଅଛି
ପଣତେ ସନ୍ତାନେ ତା’ର l
ଶୁଣିଛି ଜନରୁ ଆସିଯାଏ ତା’ର
ଆଖିରୁ ଲୁହର ଧାର ll
ସର୍ବେ ନିଜ ନିଜ ପେଟ କାଟିକରି
ତୋଳିବା ତା’ର ମନ୍ଦିର ll
ଐତିହ୍ୟ ସମ୍ପନ୍ନ ମନ୍ଦିରଟି ଏଯେ
ଗର୍ବ ଓଡିଶା ମାଟିର ll

ପଣ୍ଡିତ ଅଭୟ କୁମାର ତ୍ରିପାଠୀଶର୍ମା
ଖଣ୍ଡିତର, ରସୁଲପୁର, ଯାଜପୁର

Share this :
Next Post

ସତ୍ଯ ଓ ଆଧ୍ଯାତ୍ମ - ସୁକାନ୍ତ ଖଣ୍ଡା

ସତ୍ଯ କହୁଥିଲେ ଜୀବନ ତମାମ ଅବଶ୍ଯ ଦୁଃଖ ପାଇବ ହେଲେ ହେଁ ଶେଷର ଜୟଯୁକ୍ତ ହୋଇ ବାନା ନିଶ୍ଚେ ଉଡା଼ଇବ। ସତ୍ଯ ସନାତନ କରିଦିଏ ନାହିଁ ମଣିଷକୁ କମଜୋର୍ ସେଇଥିପାଇଁ ତ ଯୁଗେଯୁଗେ ତାକୁ ପାରନ୍ତିନି ଜିତିବାର। ଅଥଚ ଆଧ୍ଯାତ୍ମ ମୋହରୁ ଦୂରରେ ରଖିଥାଏ ନିତିଦିନେ ବୟସର ଅପରାହ୍ନେ ଯୋଡି଼ହୋଇ ନିରୋଳାରେ ଯାଏ ଧ୍ଯାନେ। ଆଧ୍ଯାତ୍ମ ଲୋକଙ୍କୁ ସହାୟ ଈଶ୍ବର ଯୁଗେଯୁଗେ କରିଥାନ୍ତି ଦୁଃଖ ଓ ଯାତନା ଦୂରେଇ ତାହାର […]

Subscribe US Now