ସତ୍ଯ ଓ ଆଧ୍ଯାତ୍ମ – ସୁକାନ୍ତ ଖଣ୍ଡା

Views: 27
0 0
Read Time:1 Minute, 52 Second

ସତ୍ଯ କହୁଥିଲେ ଜୀବନ ତମାମ

ଅବଶ୍ଯ ଦୁଃଖ ପାଇବ

ହେଲେ ହେଁ ଶେଷର ଜୟଯୁକ୍ତ ହୋଇ

ବାନା ନିଶ୍ଚେ ଉଡା଼ଇବ।

ସତ୍ଯ ସନାତନ କରିଦିଏ ନାହିଁ

ମଣିଷକୁ କମଜୋର୍

ସେଇଥିପାଇଁ ତ ଯୁଗେଯୁଗେ ତାକୁ

ପାରନ୍ତିନି ଜିତିବାର।

ଅଥଚ ଆଧ୍ଯାତ୍ମ ମୋହରୁ ଦୂରରେ

ରଖିଥାଏ ନିତିଦିନେ

ବୟସର ଅପରାହ୍ନେ ଯୋଡି଼ହୋଇ

ନିରୋଳାରେ ଯାଏ ଧ୍ଯାନେ।

ଆଧ୍ଯାତ୍ମ ଲୋକଙ୍କୁ ସହାୟ ଈଶ୍ବର

ଯୁଗେଯୁଗେ କରିଥାନ୍ତି

ଦୁଃଖ ଓ ଯାତନା ଦୂରେଇ ତାହାର

ଅପାର ଶାନ୍ତି ସ୍ଥାପନ୍ତି।

ହେ ମଣିଷ ଭାଇ ଆସ ଆମେ ସବୁ

ସତ୍ଯ ଓ ଆଧ୍ଯାତ୍ମେ ଯୋଡି଼

ଏ ସଂସାର ହାଟୁ ପାରି ହୋଇଯିବା

ମଳିନତା ହୃଦୁ ପୋଡି଼।

ସୁକାନ୍ତ ଖଣ୍ଡା

ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର

Share this :
Next Post

କେବଳ ତମରି ପାଇଁ - ସୁରେଶ ଚନ୍ଦ୍ର ମହାନ୍ତ

କେବଳ ତମରି ପାଇଁ ଜଗ!ବଳିଆ ଆଖି ଖୋଲୁନି ରହୁନି ପଞ୍ଜୁରୀ ଭିତରେ ଶାରୀ ଦୂରରୁ ଶୁଭିଲାଣି ଶଙ୍ଖ ମହୁରୀ ତଥାପି କିଏ କହିଦେଲେ ଘର ସୁନ୍ଦର ଗଢିଜାଣିଲେ ମାଆ ତମକୁ ପ୍ରତୀକ୍ଷା କରିବ ମୋ ଭାଇ ଗୌରୀ, କସ୍ତୁରୀ ମାନିନୀ, ଅନୁପମା ବଧୂନିରୁପମା କଥା କହିବ କେବଳ ତମରି ପାଇଁ ସୁନା ଭାଉଜ ହସୁନି ବଡ଼ ଦେଉଳୁ ପଥର ଖସୁଛି ତୁଣ୍ଡବ!ଇଦ ହେଉଛି ଆମ ପ୍ରୀତି କିନ୍ତୁ ଶୁଭୁଛି ଜୟ […]

Subscribe US Now