ହେ ପ୍ରଭୁ କି ବିଚାର ତୁମର – ଶାଶ୍ବତୀ ମହାପାତ୍ର

Views: 23
0 0
Read Time:2 Minute, 31 Second

କାଳିଆରେ ଏହି ସଂସାରରେ
କି ବିଚାର ତୁମର,
କେତେ ଡାକିଲେ ତୁ ଦୁଃଖ ଶୁଣିବୁ
ଆହେ କଳା ଠାକୁର!
ଇଏ କି ବିଚିତ୍ର ତୋ ଲୀଳା
ଜଗତର ହିତ ପାଇଁ,
ଧନ୍ୟ ମହାପ୍ରଭୁ ଧନ୍ୟ ତୋତେ
ମୁଁ ବୁଝିପାରୁନାହିଁ!
ଦୁଃଖୀ ତ ପାଉଛି ଅଧିକ ଦୁଃଖ
ପାଉନି ଖାଦ୍ୟ ଗଣ୍ତେ,
କିଏ ଏଠି ଶୋଉଛି ସୁନା ପଲଙ୍କରେ
କି ସୁଖ ତାର ସତେ!
କିଏ ଏଠି ଯାଏ ବିମାନରେ
ବିଦେଶ ଯାତ୍ରା ପାଇଁ,
କାହାକୁ ନ ମିଳେ ସାଇକେଲ ଖଣ୍ତେ
ପାଠ ପଢିଯିବା ପାଇଁ!
କିଏ ଏଠି ଶୁଏ ଏସି,କୁଲରରେ
ସୁଖନିଦ୍ରା ଯାଇ,
କାହାକୁ ନ ମିଳେ ଛିଣ୍ଡା ମସିଣା
ଦୁଃଖରେ ଦିନ ବିତଇ!
ଏଠି ଯେ ପୁଣ୍ୟ କରେ
ସିଏ ପାଏ ବେଶୀ ଦୁଃଖ,
ଦୁର୍ନୀତି ପାପ ଯେ କରୁଥାଏ
ତାହାର ଅସରା ସୁଖ!
ଇଏ କି ବିଚାର ପ୍ରଭୁ ତୁମର
ପାରୁନି ମୁଁ ସହି,
ଦୁଃଖୀ ମୁଖେ ଟିକେ ହସ ଦିଅ
ଖୁସି ହୋଇବି ମୁହିଁ!!!!!!

ଶାଶ୍ବତୀ ମହାପାତ୍ର
+୩ ୨ୟ ବର୍ଷ
ବାବା ଭୈରବାନନ୍ଦ ସ୍ବୟଂଶାସିତ
ମହାବିଦ୍ୟାଳୟ,
ଗ୍ରାମ:-ସିଦ୍ଧିପୁର,ଚଣ୍ଡିଖୋଲ

Share this :
Next Post

HUMANITY HONOURS HUMAN - Prasanna Kumar Bhatta

* OH MY DEAR AND NEAR ONES, PLEASE SPREAD YOUR HELPING HAND TO THE POOR IN THIS JUNCTURE PERIOD AND SHOW YOUR HUMANITY. 🙏🙏🙏 Humanity honours human. Degree, designation and division, Are dejected, deled and deflected , Without humane and manhood. Humanity tosses to apex. Wealth and welfare, name and […]

Subscribe US Now