ସେ ଶ୍ରମିକ ଟିଏ – ସଚ୍ଚିଦାନନ୍ଦ ବେହେରା

Views: 46
0 0
Read Time:3 Minute, 42 Second

ସେ ଶ୍ରମିକ ଟିଏ
ଏ ଦୁନିଆ ତାକୁ
ଅସ୍ଫୁଶ୍ୟ ନୟନ ଆଉ
ଅଣଦେଖା ନଜର ରେ
ଛୋଟ ଭଳି ଦେଖୁଥାଏ
କାରଣ ……
ସେ ଶ୍ରମିକ ଟାଏ।।

ମୁଣ୍ଡ ଉପରେ ପରିବାରର ବୋଝ
ଘରେ ବଢ଼ିଲା ଝିଅ
ଏଣେ ଘରକୁ ଆଜି କଣ ସଉଦା ଆସିବ
ପୁଅ କେମିତି ପାଠ ପଢିବ
ଏମିତି ହଜାର ହଜାର ଚିନ୍ତା କୁ
ନିଜ ମୁଣ୍ଡର ପଗଡ଼ି କରି
ସେ ବାଟ ଚାଲୁଥାଏ
କାରଣ …..
ସେ ଶ୍ରମିକ ଟିଏ।।

କିବା ଫରକ ପଡେ ତାକୁ
ବୈଶାଖର ପ୍ରଚଣ୍ଡ ଝାଞ୍ଜି ପବନ
ଆଉ ତାକୁ ଭିଜେଇ ପାରେନା
ଆଷାଢର ବାଦଲର ଛାତି ଚିରା ବର୍ଷା
ଆଉ ତାକୁ ଥରେଇ ପାରେନା
ମାଘର ସେଇ ବାଘୁଆ ଶୀତ
ତଥାବି ସେ ସେମିତି ନିଜ
ବିଣ୍ଡି ବସିଥିବା ହାତରେ
ପଖାଳ ଦୁଇ ମୁଠା ଖାଇ
କାମକୁ ବାହାରି ଯାଏ
କାରଣ……
ସେ ଶ୍ରମିକ ଟିଏ।।

ମୁଣ୍ଡ ଝାଳ ତୁଣ୍ଡରେ ମାରି
ସୁଖ ଟିକେ ପାଇଁ ଝୁରିଝୁରି
ସେ ଲୁହ ପିଇପିଇ
ଦିନ ସବୁକୁ
ଗୃହିଣୀ ପିଆଜ କାଟି ଲୁହ ଗଡାଇବା ପରି
ସେ ଅତିବାହିତ କରିପକାଏ
କାରଣ….
ସେ ଶ୍ରମିକ ଟିଏ।।

ଋଣ ଟିକକ ପାଇଁ
ବଡ଼ବଡୁଆଙ୍କ ମାର୍ବଲ ପକା ପିଣ୍ଡ
ଆଉ ଚକଚକିଆ ଉଆସକୁ
ଯାଇଯାଇ ପଦର ବଜ୍ର ପରି ଚମଡ଼ା ସବୁ
ଗ୍ରୀଷ୍ମର ଶୁଖିଲା ପୋଖରୀ କାଦୁଅ ପରି
ଉଠିବା ଆରମ୍ଭ ହୋଇଯାଏ
କାରଣ…..
ସେ ଶ୍ରମିକ ଟିଏ।।

ଏ ସଂସାର ରଥରେ ସାରଥୀ ହୋଇ
ନିଜ ପରିବାର ରୂପକ
ସଖା ଅର୍ଜୁନକୁ ସେ ହସାଇ ଥାଏ
ଦିନ ସାରା ଖଟି
ସଭିଙ୍କୁ ଖୁସି ଭେଟିଦିଏ
କାରଣ……
ସେ ଶ୍ରମିକ ଟିଏ।।

ସଚ୍ଚିଦାନନ୍ଦ ବେହେରା

କଣ୍ଟିପାଳ, ଆନନ୍ଦପୁର,କେନ୍ଦୁଝର

Share this :
Next Post

କୂଳବୃଦ୍ଧ - ପ୍ରଭାତ କୁମାର ସାହୁ

ଧନ୍ଯ କାଳଜୟୀ ଉତ୍ତୁଙ୍ଗ ପୁରୁଷ ସ୍ବାଭିମାନୀ ଓଡ଼ିଆର ଦୀପଶିଖା, ଓଡ଼ିଆ ଭାଷା ମର୍ଯ୍ୟାଦା, କୂଟୀରଶିଲ୍ପ ମହନୀୟ ଜୀବନ ଆଦର୍ଶ ଦୀକ୍ଷା । କୃଷିର ବିକାଶ ସ୍ବାୟତ୍ତ ଶାସନ ଅସ୍ମିତା ବିରୋଧେ ବ୍ରତୀ, ମାତା ପିତା ଭ୍ରାତା ସପ୍ରେମ ଜନତା ନିଃସ୍ୱାର୍ଥ ପଥର ସାଥୀ । ଜାତିର ଉର୍ନତି ସ୍ବଦେଶୀ ସଂପ୍ରୀତି କୋଟି ଓଡିଆଙ୍କ ହୃଦୟର ଶ୍ରଦ୍ଧାଞ୍ଜଳି, ଉତ୍କଳ ସନ୍ତାନ ଜାତିର ଉତଥାନ ବିସ୍ତୃତ ବିବେକ ବିଦ୍ବାନ ମହାମେଳି। ଜାତି ଧର୍ମ […]

Subscribe US Now