କୂଳବୃଦ୍ଧ – ପ୍ରଭାତ କୁମାର ସାହୁ

Views: 16
0 0
Read Time:3 Minute, 11 Second

ଧନ୍ଯ କାଳଜୟୀ ଉତ୍ତୁଙ୍ଗ ପୁରୁଷ
ସ୍ବାଭିମାନୀ ଓଡ଼ିଆର ଦୀପଶିଖା,
ଓଡ଼ିଆ ଭାଷା ମର୍ଯ୍ୟାଦା, କୂଟୀରଶିଲ୍ପ
ମହନୀୟ ଜୀବନ ଆଦର୍ଶ ଦୀକ୍ଷା ।

କୃଷିର ବିକାଶ ସ୍ବାୟତ୍ତ ଶାସନ
ଅସ୍ମିତା ବିରୋଧେ ବ୍ରତୀ,
ମାତା ପିତା ଭ୍ରାତା ସପ୍ରେମ ଜନତା
ନିଃସ୍ୱାର୍ଥ ପଥର ସାଥୀ ।

ଜାତିର ଉର୍ନତି ସ୍ବଦେଶୀ ସଂପ୍ରୀତି
କୋଟି ଓଡିଆଙ୍କ ହୃଦୟର ଶ୍ରଦ୍ଧାଞ୍ଜଳି,
ଉତ୍କଳ ସନ୍ତାନ ଜାତିର ଉତଥାନ
ବିସ୍ତୃତ ବିବେକ ବିଦ୍ବାନ ମହାମେଳି।

ଜାତି ଧର୍ମ ବର୍ଣ୍ଣ ଅସ୍ମିତା ବିରୋଧୀ
ପ୍ରାଣକର୍ତା ଉତ୍କଳ ମା”ର ଥାଟ,
ଭାଷା ଆନ୍ଦୋଳନ ନୂତନ କିରଣ
ହୃତ ଗୌରବ ଗର୍ବିତ ବାଟ ଘାଟ।

ସ୍ବାବଲମ୍ବନ ସ୍ବାଧୀନ ବିଚାର
ମାନବିକତାର ପ୍ରଚଣ୍ଡ ବାର୍ତ୍ତାବହ,
ଉଠରେ ଓଡ଼ିଆ ଗଢରେ ଓଡିଶା
ସଙ୍କଳ୍ପ ପ୍ରଗତି ସତ୍ଯ ସଂଘର୍ଷ ନ୍ୟାୟ।

ହେ ମଧୁସୂଦନ ଚିର ନମନ
କୀର୍ତ୍ତି କିରୀଟ ଓଡ଼ିଆ ମଉଡ଼ମଣି ,
ମାଟି ମା”ର କୁଳବୃଦ୍ଧ ତୁମେ
କୋଟି ଜନତାଙ୍କ ସ୍ପର୍ଦ୍ଧିତ କୀର୍ତ୍ତି କାହାଣୀ

ଜାତୀୟତାବାଦୀ ମାନବପ୍ରେମୀ
ଯୁଗେ ଯୁଗେ ତୁମେ ରୁଦ୍ଧିମନ୍ତ,
ଜାତି ନନ୍ଦିଘୋଷେ ନିଃସ୍ୱାର୍ଥ ସାରଥି
ଚିର ବନ୍ଦନୀୟ ମୂର୍ତ୍ତିବନ୍ତ ।।

ପ୍ରଭାତ କୁମାର ସାହୁ
ସାମାଜିକ କର୍ମୀ

Share this :
Next Post

ମାଟିର କର୍ତ୍ତା - ଜ୍ୟୋସ୍ନା ରାଣୀ ସାହୁ

ଭୋକ ଯେବେ ବହଳ ହୁଏ ଝାଳ ତାର କୋହଳ ହୁଏ ନିଗାଡ଼ି ଦିଏ ସନ୍ଦେଶ ମୁଁ ଅଛି ଆଉ ଥିବି ର। ଭବିଷ୍ୟତ ଏକ ସନ୍ଦେହ ଚର୍ମ ତଳେ ତାର ହୃଦୟ ମର୍ମ ତାର ଦରଜ ବୁଝେ ବ୍ୟଥା ମାଟିକୁ କହେ ଦେବତା। ଲୋକେ କହିବେ ଲୋକେ ଶୁଣିବେ ଆଉ ସେ ଲୋକଙ୍କ ଗହଳି ରେ ସେ କହେ ଶ୍ରମର ଭାଷା ଛୁଇଁ ଯାଏ ପହିଲି ଉଷା ସେ ଶୁଣେ […]

Subscribe US Now