ମାଟିର କର୍ତ୍ତା – ଜ୍ୟୋସ୍ନା ରାଣୀ ସାହୁ

Views: 11
0 0
Read Time:2 Minute, 58 Second

ଭୋକ ଯେବେ ବହଳ ହୁଏ

ଝାଳ ତାର କୋହଳ ହୁଏ

ନିଗାଡ଼ି ଦିଏ ସନ୍ଦେଶ

ମୁଁ ଅଛି ଆଉ ଥିବି ର।

ଭବିଷ୍ୟତ ଏକ ସନ୍ଦେହ

ଚର୍ମ ତଳେ ତାର ହୃଦୟ

ମର୍ମ ତାର ଦରଜ

ବୁଝେ ବ୍ୟଥା

ମାଟିକୁ କହେ ଦେବତା।

ଲୋକେ କହିବେ

ଲୋକେ ଶୁଣିବେ

ଆଉ ସେ ଲୋକଙ୍କ ଗହଳି ରେ

ସେ କହେ ଶ୍ରମର ଭାଷା

ଛୁଇଁ ଯାଏ ପହିଲି ଉଷା

ସେ ଶୁଣେ ଅକୁହା କାକଳି

ସେ ଶୁଣିଲେ ନିଜ ବେଦନା

କାଳେ ଚାଷୀ ହେବ ଲୋକ ହସା।

ମାଟି କୋରିଲେ

ତାଟି ଲାଗେ ଭୋକରେ

ପଥର ହାଣି

ଅଙ୍କୁରିତ କରେ ଶାଗୁଆ ପତର।

ସୁନା ତାର ବଦନ ରେ

ପାଏନି ଶୋଭା

ସୁନା ଫଳେ ମାଟିରେ

ମାଆ ର ସେ ଆଭା

ସେ ଜାଣିଛି ଫରକ୍

ମାଟି ଆଉ ମାଟିର ମଣିଷ ଭିତରେ

ମାଟିରେ ମିଶିବା ଆଗରୁ

ନିଜକୁ ମିଶାଇଦିଏ ମାଟିରେ।

ଆମେ କହୁ ମାଟି କୁ ମାଆ

ଆଉ ସେ ମାନେ ତାକୁ ମାଆ

ଫରକ୍ ସାଧାରଣ ଚାଷୀ

ଆଉ ଅସାଧାରଣ ଆମ ଭିତରେ

ଆମେ ବଞ୍ଚୁ ମାଂସଳ ଶରୀରରେ

କଙ୍କାଳ ନୀରିଖି

ସେ ବଞ୍ଚେ କଙ୍କାଳ ଭିତରେ

ଜୀବନ ସାଇତି ରଖି।

ମହାନତା ର ସଂଜ୍ଞା ଯେବେ ଖୋଜିବ

ଦେଖିବାକୁ ମିଳିବ

ବିସ୍ତାରିତ ଗଗନ ତଳେ

ଶସ୍ୟ ସମ୍ଭାର ଫୁଟାଇ

ବଞ୍ଚେ ସିଏ ପେଟ ତଳେ

ଓଦା କନା ବିଛେଇ।

ଜ୍ୟୋସ୍ନା ରାଣୀ ସାହୁ

ସୁନ୍ଦରଗଡ଼

Share this :
Next Post

ପ୍ରଭୁ ହେ - ଅରୁପାନନ୍ଦ ନାୟକ

ପ୍ରଭୁ ହେ… କୋଟିଏ ପ୍ରଣାମ ଘେନ ଯେତେ ଶୀଘ୍ର ପାର ସମୟ କୋଳ ରୁ କଳି ଯୁଗହେଉ ଅବସାନ।। ନାହିଁ ଆଉ ପୂର୍ଵ ପରିକା ବର୍ଷଣ ପ୍ରକୃତି ଦେଉଛି କଷଣ ହା ହା କାର ଶବ୍ଦ ଶୂଭୁଛି ଶ୍ରବଣେ କୋଳାହଳେ ଧରା ଲାଗଇ ପୂର୍ଣ୍ଣ… ପ୍ରଭୁହେ।। ବିପତ୍ତି ପଡ଼ିଛି ସାରା ଜଗତ ରେ ଉଦ୍ଧାର କର ଆପଣ ଭକତ ଜନ ଙ୍କ ଆକୁଳ ସ୍ୱନ କୁ ଦୟା କରି ଡେରନ୍ତୁ […]

Subscribe US Now