ପ୍ରଭୁ ହେ – ଅରୁପାନନ୍ଦ ନାୟକ

Views: 14
0 0
Read Time:2 Minute, 6 Second

ପ୍ରଭୁ ହେ…

କୋଟିଏ ପ୍ରଣାମ ଘେନ

ଯେତେ ଶୀଘ୍ର ପାର ସମୟ କୋଳ ରୁ

କଳି ଯୁଗହେଉ ଅବସାନ।।

ନାହିଁ ଆଉ ପୂର୍ଵ ପରିକା ବର୍ଷଣ

ପ୍ରକୃତି ଦେଉଛି କଷଣ

ହା ହା କାର ଶବ୍ଦ ଶୂଭୁଛି ଶ୍ରବଣେ

କୋଳାହଳେ ଧରା ଲାଗଇ ପୂର୍ଣ୍ଣ…

ପ୍ରଭୁହେ।।

ବିପତ୍ତି ପଡ଼ିଛି ସାରା ଜଗତ ରେ

ଉଦ୍ଧାର କର ଆପଣ

ଭକତ ଜନ ଙ୍କ ଆକୁଳ ସ୍ୱନ କୁ

ଦୟା କରି ଡେରନ୍ତୁ କର୍ଣ୍ଣ….

ପ୍ରଭୁ ହେ।।

ଭକ୍ତ ଆଡକୁ ଚାହିଁ ନୟନ ଯୁଗଳ

ମେଲି ଦିଅ ଭୁଜଅସୀମ

ଆହେ କଳା ମୁଖ ହୁଅନା ବି ମୁଖ

ନ ରୁହ ଜମା ମଉନ…

ପ୍ରଭୁ ହେ।।।।

ଭରସା ଶବଦ ବିହୀନ ହୋଇଛି

ନାଶ ଯାଇଛଇ ଧର୍ମ

ଷଡ଼ ରିପୁ ଆଦି ଦେଖ ମାତି ଛନ୍ତି

ହରି ନାମ ସତେ ଭ୍ରମ…

ପ୍ରଭୁ ହେ।।

ଆନନ୍ଦ ସାଗର କୂଳ ସ୍ପର୍ଶ ଛାଡ଼ି

ନିରାନନ୍ଦ ଆଡ଼େ ମନ

କଳକୀ ରୂପରେ ଅବତାର ନେଇ

କର କଳି ସଂହାରଣ

ପ୍ରଭୁ ହେ।।

ଅରୁପାନନ୍ଦ ନାୟକ

ବାଉଁଶିଆପଡ଼ା,ନୟାଗଡ଼

Share this :
Next Post

ତୁମକୁ ଦେଖୁଥିଲି - ଶ୍ରୀ ଶୁଭେନ୍ଦୁ କୁମାର ମହାପାତ୍ର

ସେଦିନ ତୁମକୁ ଦେଖୁଥିଲି ପ୍ରୀତିର ମଧୁର ଛନ୍ଦରେ ଗୀତ ଗାଇ ପ୍ରଗଳଭତାରେ ଡେଇଁ ଡେଇଁ ବୁଲୁଥିଲ ମନଭୁଲାଣିଆ ରଙ୍ଗୀନ ଫୁଲ ବଗିଚାରେ ବୋଧେ ଇଛାଥିଲା ଝୁଲିବାକୁ ଗଛଝୁଲଣାରେ ଏକ ଅସଂଜତ ମୁହୂର୍ତ୍ତରେ ଆକାଶ ଛାତିରୁ ଖସିପଡ଼ିଲା ମୋ ଗୁଡ଼ିଟା ତୁମ ମୁଲାୟମ ହାତ ପାପୁଲିରେ ହାତରେ ମୋର ନଟେଇର ବଳକା ସୂତା ତୁମେ କିନ୍ତୁ ଫିକକରି ହସିଦେଇ ଉଡିଗଲ ଚିତ୍ରିତ ହରରଙ୍ଗୀ ପ୍ରଜାପତିଟେ ଭଳି !! ଫଗୁଣ ଖବର ବାଣ୍ଟିଗଲା […]

Subscribe US Now