ଭୟ -ନିର୍ମଳ ନାୟକ

Views: 15
0 0
Read Time:2 Minute, 7 Second

ଏମିତି ଏକ ଅହେତୁକ ଉପାଦାନ..
ମନେ ଭିଆଇ ଆଲୋଡନ..
ଚିତ୍ତେ ଜଗାଇ ଅବାଂଛିତ କମ୍ପନ..
ପ୍ରାଣେ ସଞ୍ଚରି ଶିହରଣ !!
ଅନାଗତ ଆଶଙ୍କା ର ଆହାଟ…
ଦୃଢ଼ୀଭୁତ ଚିନ୍ତା ଜମାଟ..
ପରାଣେ ଅନିଶ୍ଚିନ୍ତତା ର କୁହାଟ..
ଅସ୍ପଷ୍ଟ ଜୀବନ ସିଲଟ !!
ମହାମାରୀ କବଳରେ ଏ ଜଗତ..
ତ୍ରାହି ହେ ପ୍ରଭୁ ଜଗନ୍ନାଥ..
ସକଳ ଆଶା ର ଉତ୍ସ ତୁହି ନାଥ..
ରକ୍ଷାକର ହେ କମଳାକାନ୍ତ !!
ସର୍ବେ ସ୍ୱଗୃହବନ୍ଦି ସମାଜରେ..
ମାସ୍କ ଲଗାଇ ମୁହଁରେ..
ସାମାଜିକ ଦୂରତା ମାନିବାରେ
ସାନିଟାଇଜର ବ୍ୟବହାରେ !!
ଜୀବନ ଜୀବିକା ଅସମ୍ଭାଳ…
କର୍ମପନ୍ଥାର ନାହିଁ କୁଳ..
ଉଦର ଜ୍ୱାଳା ହିଁ ଆଜି କାଳ..
ସହେନି ଆତ୍ମୀୟ ବିକଳ !!
ଅଧୁନା ଭୟ ରୁ ମୁକ୍ତିକର..
ନମାମି ପ୍ରଭୁ ରଙ୍ଗାଧର..
ତୁମେ ହିଁ ସକଳ ଆଧାର..
ରକ୍ଷାକର ହେ ଆଦିମୂଳ !!

151, ନାଗାର୍ଜୁନ କଲୋନୀ
ନାରା ରୋଡ, ଜରିପଟକା
,ନାଗପୁର, ମହାରାଷ୍ଟ୍ର
8275533780

Share this :
Next Post

ମନ ବୃନ୍ଦାବନ - ବୈଦ୍ୟନାଥ ମହାନ୍ତି

ମନ ବୃନ୍ଦାବନ ଛାଡ଼ି ବୃନ୍ଦାବନ ବିହାରୀ ରହିଲେ ଦୁରେ, ଜୀବନ ଯମୁନା ମରୁ ମରୀଚିକା, ବୀରହି ରାଧିକା ଝୁରେ, ବାଇ ଦିଅ ଥରେ … ମୋହନ ବଂଶୀ, ରାଧିକା ରଣମୋ… ପରାଣ ଶଶି , ବାଇ ଦିଅ ଥରେ ମୋହନ ବଂଶୀ….(୧) କାଇଁଚ ମାଲିଆ ଯମୁନା କୂଳିଆ, ଯଶୋଦା ପରାଣ ଧନ, ହୃଦୟ ଆସନେ ଆସିବିରାଜ ହେ ପ୍ରଭୁ ମଦନ ମୋହନ… ଆସ ସାଥେ ଧରି ଗୋପିକା ବାଳି….. ରଚାଆ […]

Subscribe US Now