ଇତି ତୁମ ଚନ୍ଦ୍ରକାନ୍ତ – ଚନ୍ଦ୍ରକାନ୍ତ ଜେନା

Views: 24
0 0
Read Time:3 Minute, 1 Second

କହିବି କହିବି ଯେତେ ମୁଁ ଭାବୁଛି

ପାରୁନାହିଁ କେବେ କହି

ଭଲପାଏ ବୋଲି କହିବା ପାଇଁ ‘କି

ସାହାସ ମୋ ପାଏ ନାହିଁ              !!

ସେଥି ଲାଗି ପ୍ରିୟା ତୁମରି ନାମରେ

ଲେଖୁଛି ମୁଁ ଏହି ପତ୍ର

ହୃଦୟ ମାନସୀ ତୁମେ ଦିବାନିସୀ

ହୋଇଛ ସେହ୍ନର ପାତ୍ର               !!

ଏ ଚିଠି ଲେଖୁଛି ପ୍ରିୟା ତୁମ ପାଇଁ

ଚିଠିକୁ ଖୋଲି ପଢିବ

ହୋଇଥିଲେ ତୃଟି ଏଇ ଥର ପାଇଁ

ପ୍ରିୟା ମୋତେ କ୍ଷମା ଦେବ           !!

ପ୍ରଥମ ପ୍ରେମର ପ୍ରଥମ ଚିଠିକୁ

ଲେଖୁଛି ତୁମରି ପାଇଁ

ଚିଠି ପଢି ସାରି ଚିଠିର ଉତ୍ତର

ପ୍ରିୟା ଲୋ ଦେବ ପଠାଇ             !!

ତୁମ ଭାବନାରେ କ’ଣ ଅଛି ପ୍ରିୟା

ସେ କଥା ମୁଁ ଜାଣେ ନାହିଁ

ଭଲପାଏ ବୋଲି ଏହି ପତ୍ର ଟିକୁ

ଲେଖୁଛି ତୁମରି ପାଇଁ                 !!

ବହୁତ କିଛି ମୁଁ ଲେଖୁ ନାହିଁ ପ୍ରିୟା

ରହୁଛି ମୁଁ ଏତିକିରେ

ତୁମ ଚିଠି ପ୍ରିୟା ଜଲ୍ ଦି ପଠାଇବ

ରହିଲି ମୁଁ ଅପୋକ୍ଷାରେ              !!

ମୋ ଭଲପାଇବା ପ୍ରିୟା ତୁମପାଇଁ

ହେବନାହିଁ କେବେ ଅନ୍ତ

ରଖୁଛି କଲମ ଏତିକିରେ ସକ୍ଷୀ

ଇତି ତୁମ ଚନ୍ଦ୍ରକାନ୍ତ                   !!

ଚନ୍ଦ୍ରକାନ୍ତ ଜେନା

ବଡମ୍ବା

କଟକ

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

One thought on “ଇତି ତୁମ ଚନ୍ଦ୍ରକାନ୍ତ – ଚନ୍ଦ୍ରକାନ୍ତ ଜେନା

Comments are closed.

Next Post

ବୋଉ - ଧର୍ମପଦ ମହାପାତ୍ର

  ବୋଉ ଦୁଇ ଅକ୍ଷର ବହୁତ ସୁନ୍ଦରଆଉ ଡାକି ପାରୁ ନାହିଁ lସେ ଥିଲା ଘରର ମୁଖ୍ୟ କବାଟ କଥାରେ ହେବନି କହି llସଂସାର ଅଧାରେ ନନା ଚାଲିଗଲେକଷ୍ଟ କରିଛି ସେହି lତାରି ପାଈଁତ ଏଠି ପହ୍ଞ୍ଛିଛି ତାକୁ ମୁଁ ପାଇବି କାହିଁ? ବୋଉ ବୋଉ ବୋଲି ଥରେ ଡ଼ାକି ଦେଲେ କଷ୍ଟ ହୋଇଯାଏ ଧୋଇ l ଦୁଃଖ ଯନ୍ତ୍ରଣାରୁ ଲାଘବ ମିଳଇ ତା କୋଳରେ ଥିଲେ ଶୋଇ ll […]

Subscribe US Now