ଗୁରୁ – ନିବାଶ ନାୟକ

Views: 32
0 0
Read Time:2 Minute, 35 Second

 ଗୁରୁ’ ବୋଲି ଯେଉଁ ଦୁଇ ଅକ୍ଷର ଶାନ୍ତି ନମ୍ର ଧାରା ଅଟେ ବଳିଆର,ପ୍ରମୁଖ ଦର୍ପଣ ପରି ଅଟେ ସାଧୁତାର…।।୧।।

ଗୁ- ଅକ୍ଷର ରେ ଗୁଣ ରହିଅଛି , ରୁ ଅକ୍ଷର ରେ ରକତ ଢାଳୁଛି ନୀତି ଆଦର୍ଶ ସଭିଙ୍କୁ ବାଣ୍ଟିଛି ଗୁରୁ ର କର୍ତ୍ତବ୍ୟ ଉଚ୍ଚରେ ଅଛି….।।୨।।

‘ଗୁରୁ’ ପ୍ରଥମେ ଯେ ପିତାମାତା ଗୁରୁ ଦ୍ୱିତୀୟେ ଶିକ୍ଷା ର ଦାତା, ତୃତୀୟେ ଅଟନ୍ତି ଅନ୍ୟ ସାଧୁଜନ ପ୍ରେମ ଶାନ୍ତି ଲାଗେ ଅଶ୍ରୁଭରା ହୃଦୟର ପାଠ୍ୟଦାନ….।।୩।।

ଯେଉଁ ମଣିଷ ଟି ସରଳ ଶାନ୍ତ ନମ୍ରବାଣି ଧରିଥାଏ , ଆଦର୍ଶ ପରାଏ ଜୀବନରେ ତାର ଗୁରୁ ହେବାର ଶକତି ଥାଏ….।।୪।।

ଗୁରୁ ଅଟେ ଏକ ଏପରି ମଣିଷ ସର୍ବପଲ୍ଲୀ ରାଧାକୃଷ୍ଣନ୍ , ଯାହାଙ୍କ ଆଦର୍ଶ ଲାଗି ଆଜି ପୁଣି ମୋ ଭାରତ ହୋଇଛି ମହନ….।।୫।।

ଗୁରୁ ର ମହତ୍ୱ ବର୍ଣ୍ଣିକି ପାରିବି ମୁଁ ଅଟେ କ୍ଷଣ ମଣିଷ, ଗୁରୁଙ୍କ ଆସନ ସବୁବେଳେ ଉଚ୍ଚ ଏ ଅଟେ ଶିକ୍ଷା ର ଲକ୍ଷ….।।୬।।

    ନିବାଶ ନାୟକ

   ଗ୍ରାମ – ଗିରାସିଙ୍ଗା

   ପୋଷ୍ଟ୍- ବଲାସିଙ୍ଗା

    ଜିଲ୍ଲା:- ବୈ।ଦ୍ଧ

Share this :
Next Post

ଇତି ତୁମ ଚନ୍ଦ୍ରକାନ୍ତ - ଚନ୍ଦ୍ରକାନ୍ତ ଜେନା

କହିବି କହିବି ଯେତେ ମୁଁ ଭାବୁଛି ପାରୁନାହିଁ କେବେ କହି ଭଲପାଏ ବୋଲି କହିବା ପାଇଁ ‘କି ସାହାସ ମୋ ପାଏ ନାହିଁ              !! ସେଥି ଲାଗି ପ୍ରିୟା ତୁମରି ନାମରେ ଲେଖୁଛି ମୁଁ ଏହି ପତ୍ର ହୃଦୟ ମାନସୀ ତୁମେ ଦିବାନିସୀ ହୋଇଛ ସେହ୍ନର ପାତ୍ର               !! ଏ ଚିଠି ଲେଖୁଛି […]

Subscribe US Now