ବ୍ୟଙ୍ଗ ଦୃଷ୍ଟି – Nepotism – ସଞ୍ଜୟ ସାହୁ

Views: 18
0 0
Read Time:2 Minute, 26 Second

 ଗିରଫ୍ ହେବାର      ମହୁରତ ଏବେ

    ମୁମ୍ବାଇରେ ଷ୍ଟାର୍ଟ ହୋଇଛି

CBI ଏବେ          ନିର୍ଦ୍ଦେଶନା ଦିଏ

   ED ପ୍ରଯୋଜକ ହୋଇଛି

     NCB ସ୍କ୍ରିପ୍ଟ ଲେଖୁଛି,

ଡ୍ରଗ୍ସ ଚେର ଟା     କୋଉଠୁ ବାହାରି 

  କୋଉ କୋଉ ଯାଏଁ ଲମ୍ବିଛି!

ମାୟା ନଗରୀରେ    ଲାଇଭି ଫିଲିମି

       ଶୁଟିଂ ହୁଏ ସବୁଦିନ

ଖଳନାୟିକାକୁ     ନାୟିକା ସଜେଇ

        କରୁଛନ୍ତି ପ୍ରମୋଶନ

     ପୋଲିସ୍ ର ପ୍ରୋଟେକ୍ସନ,

ଘରରୁ ଅଫିସ୍        ଅଫିସ୍ ରୁ ଘର

       ଦ‌ଉଡିବା ତାର କାମ।

ବାପା ଚକ୍ରବର୍ତ୍ତୀ      ପୁଅ ଚକ୍ରବର୍ତ୍ତୀ

       ଝିଅ ଚକ୍ରବର୍ତ୍ତୀ ରହିଛି

ପୁରା ଫିଲିମିରେ ଗୋଟେ ପରିବାର

       ସଭିଙ୍କୁ ରୋଲ୍ ମିଳିଛି

   ମୋତେ ଏବେ କାହିଁ ଲାଗୁଛି,

ନିଶା ବେପାରରେ ‘Nepotism’ ଟା

     ବଲିଉଡ୍ ରୁ କପି ହୋଇଛି।

ସଞ୍ଜୟ ସାହୁ, ବଡମ୍ବା, କଟକ

Share this :
Next Post

ଗୁରୁ - ନିବାଶ ନାୟକ

 ଗୁରୁ’ ବୋଲି ଯେଉଁ ଦୁଇ ଅକ୍ଷର ଶାନ୍ତି ନମ୍ର ଧାରା ଅଟେ ବଳିଆର,ପ୍ରମୁଖ ଦର୍ପଣ ପରି ଅଟେ ସାଧୁତାର…।।୧।। ଗୁ- ଅକ୍ଷର ରେ ଗୁଣ ରହିଅଛି , ରୁ ଅକ୍ଷର ରେ ରକତ ଢାଳୁଛି ନୀତି ଆଦର୍ଶ ସଭିଙ୍କୁ ବାଣ୍ଟିଛି ଗୁରୁ ର କର୍ତ୍ତବ୍ୟ ଉଚ୍ଚରେ ଅଛି….।।୨।। ‘ଗୁରୁ’ ପ୍ରଥମେ ଯେ ପିତାମାତା ଗୁରୁ ଦ୍ୱିତୀୟେ ଶିକ୍ଷା ର ଦାତା, ତୃତୀୟେ ଅଟନ୍ତି ଅନ୍ୟ ସାଧୁଜନ ପ୍ରେମ ଶାନ୍ତି ଲାଗେ […]

Subscribe US Now