ସୌନ୍ଦର୍ଯ୍ୟ ଭାବନାରେ ଗୋଟିଏ
ଗୁରୁ ଗାରିମା ଆଲୋଚନାର ଶୀର୍ଷକରେ
ବାଳୁତ କାଳରୁ ଆଜିଯାଏଁ
ମଣିଥିଲି ଈଶ୍ୱର ଭାବରେ
ଆଶୀର୍ବାଦ ଲଭିଥିଲି
ପ୍ରତି ମୁହୂର୍ତ୍ତରେ
ସ୍ଥିର ଭାବରେ ଗର୍ବ କରିଥିଲେ
ମୋତେ ପାଇ ଶିଷ୍ୟ ରୂପରେ
କେବେ କାଳିମା ସ୍ପର୍ଶ କରି ନ ଥିଲା
ଆମ ସମ୍ପର୍କ ଭିତରେ ।।
ପଣିକିଆ ଘୋଷା ,ହସ୍ତାକ୍ଷର ଲେଖା
ଦେଇଥିଲା ଜୀବନ ଦର୍ଶନ
ପୁରୁଣା ପାଠର ଆଲୋଚନା
ସାଜିଥିଲା ଭବିଷ୍ୟତର ଜ୍ଞାନ ବିଜ୍ଞାନ
ସ୍କୁଲ୍ ର ମାସିକ ଦରମା ଦେଇ ନ ପାରିଲେ
ହୋଇ ନ ଥିଲି ହୀନିମାନ
ସବୁବେଳେ ଆଦେଶ ଦେଇଥିଲେ
ଗୁରୁଜନ ଙ୍କୁ ଦେବାକୁ ମାନ ସମ୍ମାନ ।।
ରୋଗଗ୍ରସ୍ତ ହୋଇପାରେ ବୋଲି
ଦେଖାନ୍ତି ଅକଟର ସ୍ୱର
ତାଙ୍କର ସବୁ କଥା ଲାଗୁଥିଲା ନିଜର ନିଜର
ଶିଖାଇଲେ ଦୀନହୀନ ବ୍ୟକ୍ତିଙ୍କୁ
ନ କରିବ ପର
ପରିବେଶ ସୁରକ୍ଷା କରିବାକୁ
କହିଥିଲେ ବାର ବାର।।
ର୍ଅନେକ ଥର ଶ୍ରେଣୀ ଗୃହରେ କାନ ଟାଣି
ଦିଅନ୍ତି ଅତି ଆଦରରେ
ଗଣେଶ କାନ କହି ବଡ଼ ମଣିଷ ହେବାକୁ
ଆଶୀର୍ବାଦ କରନ୍ତି ନିଜ ଭାବରେ
କାଳିଦାସ ଉଦାହରଣ
ଦିଅନ୍ତି ପାଠ ମଝିରେ
ବିଦ୍ୟା ଅର୍ଜନକୁ ଗୁରୁତ୍ବ
ଦିଅନ୍ତି ବାସ୍ତବରେ ।।
ଛାତ୍ର ଜୀବନରେ ସମୟବର୍ତିତାର
ସ୍ଥାନ ସବା ଆଗରେ
ପିତା ମାତାଙ୍କ କଥା ମାନିବା
ଥାଏ ଦ୍ଵିତୀୟ ବିଚାରରେ
ପରିଶ୍ରମ ସାଧୁତା ଶ୍ରେଣୀଭୁକ୍ତ ହୁଏ
ତୃତୀୟ ବିଭାଗରେ
ସତ୍ୟ ଧର୍ମ ନ୍ୟାୟ ଚିତ୍ର ଆଙ୍କେ
ଚତୁର୍ଥ ଧାରାରେ ।।
ସ୍କୁଲ୍ ର ଶେଷ ଦିନ, କଲେଜର ଶେଷ ଦିନ
ମନେ ପଡେ ଅନେକ ଥର
ଗାଳି ଆଜି ଲାଗୁଛି ଆଶୀର୍ବାଦ ଭଳି
ଗୋଟିଏ ଗୁରୁଙ୍କ ଗାରିମା
ସାଜିଥିଲା ଅଲିଭା ସ୍ୱାକ୍ଷର
ପୁଣି ଗୁରୁ ଦିବସରେ ସମସ୍ତ ଗୁରୁଙ୍କୁ
ଗୋଟିଏ ଗୁରୁଙ୍କ ଗାରିମା ଶେଷ ପ୍ରଣାମି ।।
ସଂଗ୍ରାମ କେଶରୀ ସାମନ୍ତରାୟ ।
ଓଡ଼ିଶା ଅର୍ଥ ସେବା ,ଭୁବନେଶ୍ୱର
Readers Interaction