ଗୁରୁ କୃପା ନାବକୁ ଧର
ତରି ଯିବୁ ଯେବେ ଭଵ ସାଗର (0)
ଗୁରୁ ବ୍ରହ୍ମା ବିଷ୍ଣୁ ଗୁରୁ ଶଙ୍କର
ଗୁରୁହିଁ ସାକ୍ଷାତ ପରମେଶ୍ୱର
ଗୁରୁ ଜ୍ଞାନ ଦାତା ଗୁରୁ ମୋକ୍ଷ ଦାତା
ଅଜ୍ଞାନ ତିମିର ନାଶି ଭାସ୍କର (1)
ଗୁରୁ ଶ୍ରୀପୟରେ ଭକତି କର
ଗୁରୁ ସେବା ପୁଣ୍ୟ ବ୍ରତ ଆଚର
ଗୁରୁ ହେଲେ ଶାନ୍ତି ସର୍ବ ଭୂତି ପ୍ରାପ୍ତି
ଚଲା ପଥେ ଫୁଟିଯିବ କମଳ (2)
ଦୃଢ଼ ଗୁରୁ ଭକ୍ତି ଏକଲବ୍ୟର
ଦକ୍ଷ ବୃଦ୍ଧାଙ୍ଗୁଳି କାଟି ସ୍ୱକର
ଦ୍ରୋଣଙ୍କୁ ଦକ୍ଷିଣା ଦେଇ ମହାମନା
ରଖି ଗଲା କୀର୍ତ୍ତି ଚିର ଅମର (3)
କୃଷ୍ଣ ଦ୍ଵିତୀକୃଷ୍ଣ ଋଷି ଆରୁଣି
ଉପମନ୍ୟୁ ପୁଣି ଉତ୍ତଙ୍ଗ ମୁନି
ମୌର୍ଯ୍ୟ ଚନ୍ଦ୍ରଗୁପ୍ତ ଶିବାଜୀ ବିଖ୍ୟାତ
ସ୍ଥାପି ଗୁରୁ ଭକ୍ତି ଯଶ ଭୂ -ପର (4)
ସର୍ବଶିକ୍ଷା ଅଭିଯାନ ହୋଇଲା
ଗୁରୁ ଭକ୍ତି ଭାବ ହ୍ରାସ ପାଇଲା
ମହାନ ସଂସ୍କୃତି ଲଭିଲା ବିସ୍ମୃତି
ହେ ଆର୍ଯ୍ୟ ସନ୍ତାନ ଅତୀତ ସ୍ମର (5)
କବି କମଳ, ସାହିତ୍ୟ ଭୂଷଣ ଜଗନ୍ନାଥ ବାରିକ
ଚଣ୍ଡୀମଙ୍ଗଳ, ବଡମ୍ବା, କଟକ
Readers Interaction