ଗୁରୁ ଦିବସର ତାତ୍ପର୍ଯ୍ୟ – ବନଲତା ଜାଲି

Views: 28
0 0
Read Time:3 Minute, 57 Second

ହାତ ଧରି ଯିଏ 

ଅଜ୍ଞାନ ଅନ୍ଧାରୁ

ନ୍ୟନ୍ତି ଅମଡ଼ା ବାଟରୁ 

ଜ୍ଞାନ ନେତ୍ର ଖୋଲି 

ମାର୍ଗ ଦେଖାଅନ୍ତି 

ନମସ୍ୟ ସେ ପୂଜ୍ୟ ଗୁରୁ ll

ମୂର୍ଖତା, ଜଡ଼ତା 

ଅଜ୍ଞତା କାଳିମା 

ଚାଲିଯାଏ ବହୁଦୂର

ଜ୍ଞାନଜ୍ୟୋତି ଜାଳି 

ଶୁଭ|ଶୀଷ ଢାଳି 

ଭରନ୍ତି ମନେ ସଂସ୍କାର ll

ଗୁରୁ ପିତାମାତା 

ପରମ ବାନ୍ଧବ 

ଗୁରୁ ଅଟନ୍ତି ଈଶ୍ବର 

ଶାସନ କରିଣ 

ଶିକ୍ଷାଦୀକ୍ଷା ଦେଇ 

ଦେଖାନ୍ତି ନୂଆ ସଂସାର ll

ମାନବ ରୂପରେ 

ଜନ୍ମି ଭଗବାନ 

ତାଙ୍କୁ ଦେଲେ ଶ୍ରେଷ୍ଠ ସ୍ଥାନ 

ବିଶ୍ୱାମିତ୍ର ଆଉ 

ସନ୍ଧିପନି ଋଷି 

ଜଗତେ ହୋଇଲେ ଧନ୍ୟ ll

ଶିଷ୍ୟଙ୍କ ଦୃଷ୍ଟାନ୍ତ 

ଆରୁଣୀ, ଅର୍ଜୁନ 

ନଚିକେତା, ଚନ୍ଦ୍ରଗୁପ୍ତ 

ଶ୍ରେଷ୍ଠ ପରାକାଷ୍ଠା 

ଦେଖାଇ ଅଛନ୍ତି 

ଗୁରୁଙ୍କୁ ଦେଇ ମହତ ll

ଆଉ ଜଣେ ଦିବ୍ୟ 

ଜ୍ଞାନୀଗୁଣୀ ଗୁରୁ 

ରଖି ଗୁରୁଙ୍କର ମାନ 

ନିଜ ଜନ୍ମଦିନ 

ଉତ୍ସର୍ଗ କରିଲେ 

ସେ ଥିଲେ ରାଧାକ୍ରିଷ୍ଣନ ll

ଆନ୍ଧ୍ରପ୍ରଦେଶର 

ତିରିତାନି ଜିଲ୍ଲା 

ତାଙ୍କ ଲାଗି ହେଲା ଧନ୍ୟ

ପିତା ବୀରସ୍ୱାମୀ 

ସୀତାମ୍ମl ଜନନୀ 

କରିଥିଲେ କୋଟି ପୁଣ୍ୟ ll

ସେ କୂଟନୀତିଜ୍ଞ 

ସେ ରାଜନୀତିଜ୍ଞ 

ଶିକ୍ଷାବିତ୍ ରାଷ୍ଟ୍ରପତି 

ଶ୍ରେଷ୍ଠ ଦାର୍ଶନିକ 

ମହାନ ପଣ୍ଡିତ 

ଥିଲେ ଉପରାଷ୍ଟ୍ରପତି ll

ସବୁ କୃତିତ୍ୱକୁ 

ପଛରେ ପକାଇ 

ଗୁରୁଙ୍କୁ ଦେଲେ ସମ୍ମାନ 

ସେପ୍ଟେମ୍ବର ପାଞ୍ଚ 

ଗୁରୁ ଦିବସରେ 

କରିଲେ ସାର୍ବଜନୀନ ll

ବନଲତା ଜାଲି

କୃଷ୍ଣପ୍ରସାଦ, ପୁରୀ

Share this :
Next Post

ଗୁରୁକୃପା - ସାଗର କୁମାର ପରିଡା

ଗୁରୁ ମହାମନ୍ତ୍ର ଗୁରୁ ମହାସୂତ୍ର ଗୁରୁ ହିଁ ଜୀବନ ଆଧାର ଗୁରୁ ମହାବଳ ଗୁରୁ ହିଁ ସମ୍ଭଳ ଗୁରୁ ହିଁ ମୁକ୍ତିର ସ୍ବାକ୍ଷର ।। ଗୁରୁ ହଁ ସ୍ରଷ୍ଟା ଗୁରୁ ହିଁ ସୃଷ୍ଟି ଗୁରୁ ହେଉଛନ୍ତି ବିଲୟ ଗୁରୁଙ୍କ ଆଶିଷେ ଅଜ୍ଞାନ ରାଜ୍ୟରେ ଜ୍ଞାନର ସୂରୁଜ ଉଦୟ।। ସ୍ୱୟଂ ଭଗବାନ ଗୁରୁଙ୍କୁ ପୂଜନ୍ତି ଗୁରୁଙ୍କ ସ୍ଥାନ ଉଚ୍ଚରେ ଗୁରୁଙ୍କ ଶକତି ବଳରେ ମୁକତି ଲଭେ ଶିଷ୍ୟ ଅଚିରରେ ।। ସୁପ୍ତ […]

Subscribe US Now