ଶିଖିଲେ ଅକ୍ଷର ହୋଇଲେ ସାକ୍ଷର
ଜ୍ଞାନ ରାଜ୍ୟ ହେବ ବୃଦ୍ଧି
କେତେ ନୂଆ ନୂଆ କଥା ଜାଣିଯିବା
ବିଦ୍ୟା ରତ୍ନ କରି ପ୍ରାପ୍ତି।।
ଜ୍ଞାନର ରାଜ୍ୟରେ ବୁଲୁଥିବା ଆମେ
ଜ୍ଞାନୀ ଗୁଣୀ ସଙ୍ଗ ପାଇ
ନିରକ୍ଷର କେହି ନ ରହିବେ ଦେଶେ
ଆମରି ଭଉଣୀ ଭାଇ ।।
ଶିକ୍ଷତ ହୋଇବା ଦେଶ ଆଗେଇବା
ମନ ମଧ୍ୟେ କର ସ୍ଥିର
ବିଶ୍ୱର ଗୁରୁ ହେବ ଆମ ଦେଶ
ସମସ୍ତେ ହେଲେ ସାକ୍ଷର ।।
ଛଅରୁ ଚଉଦ ବରଷର ଶିଶୁ
ସର୍ବେ ହେବେ ଶିକ୍ଷା ପ୍ରାପ୍ତ
ଶତକଡା ଶହେ ହୋଇବା ସାକ୍ଷର
ହେବ ଭାରତ ଗର୍ବିତ।।
ଅନ୍ଧବିଶ୍ୱାସର ଅଜ୍ଞାନ ଅନ୍ଧାରେ
ଶିକ୍ଷାର ଜ୍ୟୋତି ଜଳାଇ
ଦେଶେ ମଧ୍ୟେ ଥିବା କୁସଂସ୍କାର ମାନ
ସମାଜୁ ଦେବା ଦୁରେଇ ।।
ଦେଶର ଉନ୍ନତି ସମ୍ଭବ କେଵଳ
ସମସ୍ତେ ହେଲେ ଶିକ୍ଷିତ
ନୁଆ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର
କରିବା ହେବ ସହଜ ।।
ଗୀତା ଭାଗବତ ପରି ଦିବ୍ୟଜ୍ଞାନ
ପାରୁଥିବା ଆମେ ପଢି
ମୁକତିର ପଥ ପାଇବା ସଂସାରେ
ଶିକ୍ଷାର ସ୍ରୋତରେ ଜଡି ।।
ବିଦ୍ୟା ପରି ମହାଧନ ସଂସାରରେ
ରହିଛି କି ଆଉ କିଛି
ସାକ୍ଷର ହୋଇଲେ ସେହି ବିଦ୍ୟାରତ୍ନ
ଥାଏ ଆମରି ପାଶେଟି।।
ପ୍ରିୟ ସରକାର ଯୋଜନା କରନ୍ତି
ହଟାଇବେ ନିରକ୍ଷର
ସହଯୋଗ ହାତ ବଢ଼ାଇବା ଆମେ
ହୋଇଣ ସର୍ବେ ସାକ୍ଷର ।।
ସାଗର କୁମାର ପରିଡା
ବଡ଼ମ୍ବା,କଟକ
Readers Interaction