Read Time:1 Minute, 43 Second
ଆଦ୍ୟ ଗୁରୁ ଅଟଇ ଯେ ମାଆ ମୋହର
କୋଟି ପ୍ରଣାମ ଯେ ତା ନିକଟେ ମୋର
ତା ନାମଟି ବ୍ୟାପିଛି ମାଟିରୁ ଆକାଶ
ସେ ପରା ଆମର ଏକା ହିଁ ସାହସ ।।
ଦ୍ୱିତୀୟ ଗୁରୁ ଯେ ଅଟନ୍ତି ବାପା ମୋହର
ଶତନମନ ଯେ ତାଙ୍କ ନିକଟେ ମୋର
ବାୟୁରୁ ଆରମ୍ଭ ସେ ତ ପାଣି ପର୍ଯ୍ୟନ୍ତ
ବଞ୍ଚାଇ ରଖନ୍ତି ସେ ଶେଷ ପର୍ଯ୍ୟନ୍ତ ।।
ଜୀବନକୁ ସରସ ଯେ କରାନ୍ତି ଆମ୍ଭର
ଶିକ୍ଷା ଗୁରୁ ଅଟନ୍ତି ସେ ସଭିଙ୍କର
ଏକାଧିକ ଶିକ୍ଷାଗୁରୁ ଗ୍ରହଣ କରିବା
ଜୀବନରେ ସୁଖର ଲହରୀ ଭରିବା ।।
ଜୀବନରେ ଅଟନ୍ତି ଯେ ଜଣେ ଦୀକ୍ଷା ଗୁରୁ
ସେ ଯେ ଅଟନ୍ତି ସମସ୍ତଙ୍କ ସଦ୍ ଗୁରୁ
ସବୁ ଗୁରୁଙ୍କୁ ଯେ ପ୍ରଣାମ କରିବା
ଜୀବନରେ ଆମେ ଭଲ ମଣିଷ ହୋଇବ ।।
ସନ୍ଦିପା ଦଳାଇ
ଓଡମ୍ବା, ଗୋପ, ପୁରୀ
Readers Interaction