କୃଷକ – ପ୍ରଭାକର ଦାଶ

Views: 35
0 0
Read Time:2 Minute, 22 Second

 ଅଭେଦ୍ୟ କଠିନତର

ସୁଦୃଢ ଶରୀର,

ଦୁଃଖ ସହି କରଇ ସେ

ଲୋକ-ଉପଚାର।୧।

ଜୀବନ ସଂଗ୍ରାମ ଅଟେ

କ୍ଷତ୍ରିୟ-ଠୁ ବଳି,

ଶସ୍ୟ ଉପାର୍ଜନ କରେ

ଭଳିକି ଯେ ଭଳି।୨।

ଧରାପୃଷ୍ଠେ ଚଷି କରେ

ଅସାଧ୍ୟ ସାଧନ,

କରି ଉପାର୍ଜନ କରେ

ଲୋକେ ବିତରଣ।୩।

ଜଗତ କଲ୍ୟାଣ ତାର

ଅତୁଳ ବିଭବ,

ତଥାପି ସେ ରଚେନାହିଁ

ଗରବ ସ୍ବଭାବ।୪।

ମାତ୍ରାଧିକ ବୃଦ୍ଧି ପାଇଁ

ବହେ ଋଣ ଭାର,

ଭୋକିଲା ପେଟକୁ ପୁଣି

କରେ ସେ ଉଦ୍ଧାର।୫।

କୀଟପତଙ୍ଗ-ର ଅବା

ବରଷାର ଆଳ,

ଅସମୟେ ମେରୁଦଣ୍ଡ

କରଇ ଦୁର୍ବଳ।୬।

ପୁଣି ସେ କରଇ ଶସ୍ୟ

ନୂତନ ସ୍ଥାପନ,

ସୋରିଷ ସଦୃଶ ତାକୁ

ମଣିଥାଏ ସାନ।୭।

ଦୁଃଖ ପରସିବା ପାଇଁ

ଗାଏ ଯେବେ ଗୀତ,

କୃଷକ ସଙ୍ଗୀତ ନାମେ

ହୁଏ ବିବେଚିତ।୮।

କୃଷକ ଅନୁପସ୍ଥିତି

ଜଗତ ଅନ୍ଧାର,

ଲୋକେ କରିନପାରନ୍ତି 

ତା ଯୋଗ୍ୟ ଆଦର।୯।

ଆଜୀବନ ଖଟେ ଯେହ୍ନେ

ନାହିଁ ତା ନିସ୍ତାର,

ଜନ ମଧ୍ୟେ ଯୋଗ୍ୟତମ

“ଧର୍ମ ଅବତାର”।୧୦।

କବି ପ୍ରଭାକର ଦାଶ

ପାଟଣାଗଡ଼, ବଲାଙ୍ଗୀର

Share this :
Next Post

ମୁଁ ଏକ ପାଗଳ ପ୍ରେମୀ - ଅମରନାଥ ବାରିକ

          ହାତେ ରଙ୍ଗତୁଳି ଧରି ମୁଁ ଆଙ୍କୁଛି                  ପ୍ରିୟା ତୁମ ପ୍ରତି ଛବି           ଯେତେ ଆଙ୍କିଲେବି ମନ ବୁଝୁନାହିଁ               କେମିତି ସେ ରୂପ ଦେବି ।           କାଳେ ଆଙ୍କିଦେବି […]

Subscribe US Now