ମୋ ପିଲା ଦିନ – ସରସ୍ବତୀ ସାଲିମା

Views: 9
0 0
Read Time:1 Minute, 21 Second

ମାଁ ପଣତରେ ସରଗ ସୁଖଟେ

ଝୁଣ୍ଟି ପଡୁଥିଲେ ଦେଉଥିଲେ ଆଉଁସି

ଜହ୍ନ ମାମୁଁ ବୋଲି କାହାଣୀ କହିକି 

କାଖେ କୋଲେଇ କରୁଥିଲେ ଯେ ଖୁସି।

ହାତୀ ଘୋଡା ମୋର ଦରକାର୍ ନାହିଁ 

ଜେଜେ ଚାଳୁଥିଲେ ସାଇଁକି ସାଇଁ

ବାପାଙ୍କଠୁ ଯେବେ ପଡୁଥିଲା ପାହାର

ଲୁଚି ଥିଲି ମୁହିଁ ଦାଣ୍ଡ ବାହାର।

କେଡେ ସୁଖ ଥିଲା ମୋ ପିଲା ଦିନ

ଦୁଃଖ ଦରଦ ର ନଥିଲା ଚିହ୍ନକିବର୍ଣ୍ଣ

ଫେରିଆ ଥରେ ମୋ ଅଭୁଲା ସ୍ବପ୍ନ

ପୁଣି ଥରେ ମା କୋଳେ ଶୋଇବାକୁ ଚାହେଁ ଏ ମନ।

ସରସ୍ବତୀ ସାଲିମା

ସମ୍ବଲପୁର

Share this :
Next Post

ମତେ ଏକେଲା କଲୁ - ଦିଲେଶ ମେହେର

  ସୁଖାଫୁଲ୍ ଭାବି ମତେଲୋ ସଜନୀ ଦେଇଛୁ ଆଏଜ୍  ଫିକି ମନେପକା ଦିନେ ସେ କଥା କେ ରଖିଥିଲୁ ମତେ ଛାତିନେଜାକି। କାଏଁଦୋଷ ତୋର୍ କରିଥିଲି ଆଏଜ୍ ମତେ ଏକେଲା କଲୁ ଭାବ୍ ଦିଆନିଆ ପିର୍ ତି କେ  ଏତେ ଜଲ୍ଦି କାଏଁ ଭୁଲିଗଲୁ। ସୁଖେ ନାଇଁ ରହୁତୁଇ କେଭେଁ ମତେ ଏକେଲା କରି ଜେନୁ ଭି ଥିଲେ ତୁଇରେ ସଜନୀ ମତେ ହେଉଥିବୁ ଝୁରୀ। ଲାଲ୍ ମେହେନ୍ଦି ଦେଇଥିଲି […]

Subscribe US Now