ହେ, କଥାର ଯାଦୁକର..
ହେ.. କଥାର ଯାଦୁକର
କଥା କହି ,
ମୋହି ନେଲ
ମନ କୁ ମୋହର..
କରି ଦେଖେଇଲ
ଯାହା କହିଥିଲ..
ତୁମରି କଥାରେ,
ସାରା ରାତି
ଭିଜିଲା ଭାବନା
ବତୁରିଲା ମନ..
ଆବେଗ ବି ଉତୁରିଲା
ଲଙ୍ଘି, ତା’ର ପରିସୀମା
ବୟସ ର
ଉତ୍ତପ୍ତ ମଧ୍ଯାହ୍ନେ…
ତୁମେ ସିନା ,
ଯାଦୁକର ବୋଲି
କହିପାର ଖୋଲି
ତୁମ ମନକଥା
ପୁଣି ଅଚାନକ
ଦେଇପାର ଦେଖା,
ଗଢି ପାର
ନଭଶ୍ଚୁମ୍ଭି ସ୍ତୁପ
ଜାଳି ଦେଇ
ଆଶାର ଆଲୋକ
ନିରାଶା ର
ଆମା ଅନ୍ଧାରରେ…
ହେଲେ,
ମୁଁ ବନ୍ଦିନୀ
ମୋ ଚାରିପାଖ
ପ୍ରୁଥିବୀ ଭିତରେ….
ଅଭେଦ୍ୟ ଲକ୍ଷ୍ମଣରେଖା
ଚାରିପାଖେ ମୋର..
ସେଥିପାଇଁ ବୋଧେ
ମୁଁ , ନିରୁପାୟ
……ନିରୁତ୍ତର
ହେ, କଥାର ଯାଦୁକର..
ହେ, କଥାର ଯାଦୁକର..
ମାଗ ନାହିଁ
କଥାର ଉତ୍ତର
ଶୁଭିବନି
ତୁମକୁ ମୋ ସ୍ବର..
ହେଲେ,
ମୁଁ ଜାଣିଛି..
ଅକ୍ଲେଶ ରେ
ବୁଝିପାର ତୁମେ,
ମୋର ….
ସୁକ୍ଷ୍ମ ମନସ୍ତତ୍ତ୍ୱ
ଏ କଥାକୁ
କହୁନି ମୁଁ
ଏହା….ମୋ ଦ୍ରୁଢବିଶ୍ବାସ!!
ଜ୍ଯୋତିର୍ମୟୀ ପଣ୍ଡା
ବଡମ୍ବା
କଟକ
Readers Interaction