ସ୍ବାଭିମାନୀ ମଧୁସୂଦନ – ମନୋଜ କୁମାର ମହାନ୍ତ

Views: 25
0 0
Read Time:1 Minute, 58 Second

 

ଓଡ଼ିଆ ଜାତିକୁ  ଆଲୋକ ର ଶିଖା

ଦେଖାଇ ଥିଲ ଯେ ଦିନେ।

ଗଲା ପରେ ତୁମେ ସେ ଦିବ୍ୟ ଆଲୋକ

କାହିଁକି ପଡୁଛି ମନେ ।।

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଢିଲ

ସତେ କିବା ନିଜ ହାତେ।

ତଥାପି କାହିଁକି ଆଜି ଏହି ଜାତି

ପାଶ୍ଚାତ୍ୟ ଜଗତେ ମାତେ।।

ସ୍ୱାର୍ଥପରତାକୁ ଦେଇ ପୂର୍ଣ୍ଣାହୁତି

ରଚିଗଲ ଯେଉଁ ଗୀତି।

ଉତ୍କଳ ଟ୍ୟାନେରୀ ଜୋତା କାରଖାନା

ଝୁରୁଅଛି ତାକୁ ନିତି।।

ଥରଇ ଭୟରେ ଆତଙ୍କର ସ୍ୱରେ 

ଆଜି ଉତ୍କଳ ଜନନୀ।

ପୁନର୍ଜନ୍ମ ନେଇ ରକ୍ଷାକର ବାରେ

ଆହେ ବୀର ସ୍ୱାଭିମାନୀ।।

ଆସିଛି ସମୟ ପୁନର୍ବାର ଥରେ

ଆସ କରିବା ଶପଥ।

ସମର୍ପି ନିଜକୁ ଉତ୍କଳ ମା’ ଠାରେ

ଗଢିବା ଜୀବନ ପଥ।।

ମନୋଜ କୁମାର ମହାନ୍ତ,

ଗୁରୁଛାତ୍ର

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ

ମୟୂରଭଞ୍ଜ, ବାରିପଦା।

Share this :
Next Post

କଥାର ଯାଦୁକର - ଜ୍ଯୋତିର୍ମୟୀ ପଣ୍ଡା

ହେ, କଥାର ଯାଦୁକର..  ହେ.. କଥାର ଯାଦୁକର କଥା କହି ,  ମୋହି ନେଲ ମନ କୁ ମୋହର..  କରି ଦେଖେଇଲ  ଯାହା କହିଥିଲ..  ତୁମରି କଥାରେ,  ସାରା ରାତି  ଭିଜିଲା ଭାବନା  ବତୁରିଲା ମନ..  ଆବେଗ ବି ଉତୁରିଲା ଲଙ୍ଘି, ତା’ର ପରିସୀମା ବୟସ ର  ଉତ୍ତପ୍ତ  ମଧ୍ଯାହ୍ନେ… ତୁମେ ସିନା ,  ଯାଦୁକର ବୋଲି କହିପାର ଖୋଲି ତୁମ ମନକଥା  ପୁଣି ଅଚାନକ ଦେଇପାର ଦେଖା,  ଗଢି […]

Subscribe US Now