ମଡର୍ଣ୍ଣ ଝିଅ – ଅମରଜିତ ମଲ୍ଲିକ

Views: 28
0 0
Read Time:3 Minute, 27 Second

 

ହାଇ ହିଲ୍ ପିନ୍ଧି ଝିଅ ଷ୍ଟାଇଲ୍ ମାରୁଛି
ଛିଣ୍ଡା ଜିନ୍ ପିନ୍ଧି ସେ ବଜାର ବୁଲୁଛି
ଘରେ ନକହି କଲେଜରୁ ସିନେମା ଜାଉଛି
କାହାକୁ ନ ଜଣାଇ ଝିଅ ପ୍ରେମ କରୁଛି
ସେତ ମଡର୍ଣ୍ଣ ଝିଅ (୨)
ବାପା “ମା”ଙ୍କ ମନରେ ଦୁଃଖ ଯେ ଦଉଛି
ଟିକେ ରାଗ ହେଲେ ଘର ବାହାରେ ଛିଡା ହେଉଛି
ସାଧାରଣ ମୋବାଇଲ୍ କୁ ବର୍ଜିତ କରୁଛି
ବଡ ବଡ ମୋବାଇଲ୍  ଧରି ସେଲଫି ନେଉଛି
ସେତ ମଡର୍ଣ୍ଣ ଝିଅ (୨)
ସବୁ ପାସ୍ ପ୍ରଣାଳୀ ପିଲାଙ୍କୁ ଖରାପ କରୁଛି
ପାଠ ପଢିବାକୁ ପିଲା ମନ ନ କରୁଛି
ଘର ଖାଦ୍ୟ ଛାଡି ଫାଷ୍ଟଫୁଡ୍ ଖାଦ୍ୟ ଖାଉଛି
ସାଇକେଲ ଛାଡି ଝିଅ ସ୍କୁଟି ମାଗୁଛି
ସେତ ମଡର୍ଣ୍ଣ ଝିଅ (୨)
ବାହାନା କରି ଘରୁ ପଇସା ମାଗୁଛି
ଅନଲାଇନ୍ ରେ ସବୁ ଜିନିଷ କିଣୁଛି
ଡେରିରେ କଲେଜରୁ ଘରକୁ ଫେରୁଛି
କହିଲେ କହୁଛି ଅଧିକ ପଢା ଚାଲିଛି
ସେତ ମଡର୍ଣ୍ଣ ଝିଅ (୨)
ନମସ୍ତେ ନକହି ହ୍ଯାଲୋ ହାଏ କରୁଛି
ଡେରି ରାତି ଯାଏ ସେ ପାଟି କରୁଛି
ପାଟିରେ ସେ ୱାଇନ୍ ପି ଯାଉଛି
କହିଲେ କହୁଛି ସେ ଷ୍ଟାଇଲ ମେନଟେନ୍ କରୁଛି
ସେତ ମଡର୍ଣ୍ଣ ଝିଅ (୨)
ସମ୍ପର୍କରେ କିଛି ଆଉ ମିଠା ନ ରହୁଛି
ନିଜ ନିଜ ମୋବାଇଲ୍ ରେ ବ୍ଯସ୍ଥ ରହୁଛି
ଆଗଭଳି “ମା”ଙ୍କୁ ସାହାଯ୍ୟ ନ କରୁଛି
“ମା” ଏସବୁ ଦେଖି ଏଠି ଚୁପ୍ ରହୁଛି
କାହାକୁ କହିବ ନିଜ ଭାଗ୍ଯକୁ କହୁଛି
ସେତ ମଡର୍ଣ୍ଣ ଝିଅ (୨)

ଅମରଜିତ ମଲ୍ଲିକ

ବଡମ୍ବା

କଟକ

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

One thought on “ମଡର୍ଣ୍ଣ ଝିଅ – ଅମରଜିତ ମଲ୍ଲିକ

Comments are closed.

Next Post

ସ୍ବାଭିମାନୀ ମଧୁସୂଦନ - ମନୋଜ କୁମାର ମହାନ୍ତ

  ଓଡ଼ିଆ ଜାତିକୁ  ଆଲୋକ ର ଶିଖା ଦେଖାଇ ଥିଲ ଯେ ଦିନେ। ଗଲା ପରେ ତୁମେ ସେ ଦିବ୍ୟ ଆଲୋକ କାହିଁକି ପଡୁଛି ମନେ ।। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଢିଲ ସତେ କିବା ନିଜ ହାତେ। ତଥାପି କାହିଁକି ଆଜି ଏହି ଜାତି ପାଶ୍ଚାତ୍ୟ ଜଗତେ ମାତେ।। ସ୍ୱାର୍ଥପରତାକୁ ଦେଇ ପୂର୍ଣ୍ଣାହୁତି ରଚିଗଲ ଯେଉଁ ଗୀତି। ଉତ୍କଳ ଟ୍ୟାନେରୀ ଜୋତା କାରଖାନା ଝୁରୁଅଛି ତାକୁ ନିତି।। ଥରଇ […]

Subscribe US Now