ହେ ଚକ୍ରଧାରୀ – ସ୍ନେହାପ୍ରଭା ମୁନି

Views: 26
0 0
Read Time:1 Minute, 25 Second

ହେ ନଟବର ଗିରିଧାରୀ 

ମୁରାରୀ କୁଞ୍ଜବିହାରି ରାଶବିହାରୀ

ଗୋପିକାମୋହନ କୃଷ୍ଣ ରାଧା ମନୋହାରି

ହେ ଚକ୍ରଧାରୀ ନଟବର…….

କଦମ୍ବ ମୂଳେ ଶ୍ରୀହରି ଗୋପିଙ୍କର ବସ୍ତ୍ରହରି

ଲବଣି କରିଲ ଚୋରି 

ଦହି ହାଣ୍ଡି ଭାଙ୍ଗିଲ ମୁରାରୀ

ହେ ବଂଶୀଧାରୀ ନଟବର……..

ବକାପୁତନାକୁ ମାରି କାଳୀୟଦଲନ କରି

ଜଗତର ହିତକାରୀ ପ୍ରଭୁ ଶଙ୍ଖ ଚକ୍ରଧାରୀ

ହେ ଦୁଖହାରି ନଟବର…………

ରାଧିକା ମୋହନ ହରି 

ତୁମେ ଦୁଃଖ ଦୁଖୀହାରି

ପାଦରେ ସୋହେ ନୁପୁର

କଟି ତଟେ ପିତାମ୍ବରି

ହେ ରାସବିହାରି ନଟବର…….

 ସ୍ନେହାପ୍ରଭା ମୁନି

Share this :
Next Post

ମଡର୍ଣ୍ଣ ଝିଅ - ଅମରଜିତ ମଲ୍ଲିକ

  ହାଇ ହିଲ୍ ପିନ୍ଧି ଝିଅ ଷ୍ଟାଇଲ୍ ମାରୁଛି ଛିଣ୍ଡା ଜିନ୍ ପିନ୍ଧି ସେ ବଜାର ବୁଲୁଛି ଘରେ ନକହି କଲେଜରୁ ସିନେମା ଜାଉଛି କାହାକୁ ନ ଜଣାଇ ଝିଅ ପ୍ରେମ କରୁଛିସେତ ମଡର୍ଣ୍ଣ ଝିଅ (୨)ବାପା “ମା”ଙ୍କ ମନରେ ଦୁଃଖ ଯେ ଦଉଛି ଟିକେ ରାଗ ହେଲେ ଘର ବାହାରେ ଛିଡା ହେଉଛି ସାଧାରଣ ମୋବାଇଲ୍ କୁ ବର୍ଜିତ କରୁଛି ବଡ ବଡ ମୋବାଇଲ୍  ଧରି ସେଲଫି ନେଉଛି […]

Subscribe US Now