ହେ ପୂଜ୍ୟ ଉତ୍କଳ ଗୌରବ !
ତୁମେ ଚାଲିଗଲା ପରେ ,
ଏ ଓଡିଆଜାତି ମରୁ ଅଛି ନିତି
ସ୍ୱିଭିମାନ ଅଭାବରେ ,,,,!
ପ୍ରଥମ ଓଡିଆ ହୋଇ ଏମ୍ .ଏ ତୁମେ
ରଖିଲ ଶିକ୍ଷାର ମାନ
ପ୍ରଥମ ଓଡିଆ ବାରିଷ୍ଟର ହୋଇ
ଭାଷାକୁ ବଞ୍ଚାଇ ଗଲ ।
ନିଜ ସ୍ୱାର୍ଥ ଛାଡି ଦେଶ ସ୍ୱାର୍ଥ ଲାଗି
ଜଣାଇଲ ଆହ୍ୱାନରେ
ଜାତି ପ୍ରେମ ବହ୍ନି ପ୍ରଜ୍ଜ୍ଵଳିତ କଲ
ଓଡିଆ ଜାତି ମନରେ ।
ଉତ୍କଳ ଜନନୀ ବୀରପ୍ରସ୍ରବିନୀ
ସେପାଇଁ ଧନ୍ୟ ଉତ୍କଳ
ଜନ୍ମି କେତେ ତ୍ୟାଗୀ ଭାଷାର ବିପ୍ଳବୀ
କଲେ ଜୀବନ ସଫଳ।
କାବ୍ୟ କବିତାରେ ଚର୍ଚ୍ଚା କରିବାକୁ
କବି ମାନଙ୍କର ମେଳେ
ପ୍ରକୃତ ଓଡିଆ ଭାଷା ତା’ ବଢିଆ
ବୁଝି ଅଛି କାଳେ କାଳେ ।
ଖୋଜୁ ଖୋଜୁ ଆମେ ଦେଖିବି ପାରିବା
ଚଲା ପଥେ ପାଦ ଚିହ୍ନ
ଓଡିଆରେ ପ୍ରୀତି ଓଡିଆ ଭକତି
ଆଜି ଯେ , ହୁଏ ନିଶ୍ଚିହ୍ନ।
ଏବେ ଦିନୁ ଦିନ ଭାଷାର ବିପନ୍ନ
ବଢି ବଢି ଚାଲୁ ଅଛି
ଓଡିଆ ଭାଷାର ଉନ୍ନତି ପ୍ରଗତି
ମୂଲ୍ୟହୀନ ଲାଗୁଅଛି ।
ଭାଷା ଆନ୍ଦୋଳନ ତା ପ୍ରତି ସମ୍ମାନ
ମୁଣ୍ଡ ଟେକେ ଜାଗେ ଜାଗେ
ଓଡିଆ ଭାଷା ଯେ ଓଡିଶା ମୁଲକେ
ସ୍ୱିଭିମାନ ତାର ମାଗେ !
ଭାଷାର ସୁରକ୍ଷା ନେଇ ମନେ ଦୀକ୍ଷା
ତ୍ୟାଗ କର ଗର୍ବ ହିଂସା
ପ୍ରିୟ ମଣିଷ ଟେ ପୂଜା ପାଇବୁ ତୁ’
ଜିଣିବ ଓଡିଆ ଭାଷା।
ତ୍ୟାଗ ହିଁ ଜୀବନ ତ୍ୟାଗୀ ଧନବାନ
ତ୍ୟାଗ ହିଁ ଅମୂଲ୍ୟ ଧନ
ତ୍ୟାଗ ବଳେ ଆଜି ଓଡିଆ ତିଷ୍ଟିଚି
ତ୍ୟାଗ ଠାରୁ ନାହିଁ ଆନ !
ଓଡିଶା ମାଟିରେ ଜନମ ଲଭିଣ
ଓଡିଆକୁ ଭୁଲି ଯାଉ
ଓଡିଆ ସଂସ୍କୃତି ପରମ୍ପରା ନିତି
ପୋଥିବାଇଗଣ ହେଉ !
ମାଆ-ମାଟି-ମାତୃଭାଷାକୁରେ ମନ
ଆଣ୍ଟକରି ଧରି ଥିବୁ
ସେବା, ଧର୍ମ, ତ୍ୟାଗ ଯତନେ କରିଲେ
ସ୍ୱିଭିମାନୀ ତୁ ହୋଇବୁ ।
ଗରବରେ ଆଜି କହୁ ତୁ ଓଡିଆ
ଓଡିଶାରେ ଜନ୍ମ ହୋଇ
ନୈତିକ ଶିକ୍ଷା ସଦଜ୍ଞାନ ଦୀକ୍ଷା
ମୂଲ୍ୟବୋଧ ଆଜି କାହିଁ ?
ଶେଷରେ କହିବି ମୁଁ ଏତିକି କଥା
ଓଡିଆ ମୋ ପରିଚୟ
ଭାଷାରେ ପିରତି ରଖିଥିବି ରୁଚି
ଓଡିଆ ମୋ ମଧୁମୟ।
ସାଧନା ପଣ୍ଡା
କଳ୍ପନା
ଭୁବନେଶ୍ବର
Readers Interaction