ଜୟ କିଷାନ୍ – ପ୍ରେମଲତା ସାହୁ

Views: 26
0 0
Read Time:1 Minute, 35 Second

 କୃଷକ ଭାଇ ରେ କୃଷକ ଭାଇ

ଖରା ବର୍ଷା କୁ ତୋ ଖାତିର ନାହିଁ।

ସକାଳୁ ଉଠି ବିଲ କୁ ଯାଉ

ବିଲ ରେ ସଦା ତୁ ପଡି ଥାଉ।।

କି ଖରା ବର୍ଷା ଝାଞ୍ଜି ପବନ

କୃଷି ରେ ସଦା ଥାଏ ତୋ ମନ।।

ଜଗତେ ଖାଇବା ତୁ ଯୋଗାଉ

ତୋ ବେଳ କୁ ଜମା ନ ପାଏ ଆଉ।।।

କୁଟୁମ୍ବ ତୋର ପାଳିବା ପାଇଁ

କେତେ ପରିଶ୍ରମ କରୁଛୁ ତୁହି।।।

ଶାଗ ପଖାଳ ରେ ତୁ ସନ୍ତୁଷ୍ଟ

କେହି ନ ବୁଝେ ତୋରି କଷ୍ଟ।।

ବଳଦ ଯୋଚି ହଳ ତୁ କରୁ

ମଇ ଲଙ୍ଗଳ ତା ସା ଥେ ଭରୁ।।

ମୂଲିଆ ପ୍ରାୟ ବିଲ ରେ ଖଟି

ଅମଳ ତୋର କରୁ ଏକାଠି।।।

ପାଣି କାଦୁଅ ରେ ତୋ ଦେହ ଗଢ଼ି

ଆଗକୁ ଆଗକୁ ଯାଉ ତୁ ମାଡ଼ି।।।।

ପ୍ରେମଲତା ସାହୁ

ନୂଆ ବନ୍ଧ

ଆଠଗଡ,କଟକ

Share this :
Next Post

କୃଷକ - ପ୍ରଭାକର ଦାଶ

 ଅଭେଦ୍ୟ କଠିନତର ସୁଦୃଢ ଶରୀର, ଦୁଃଖ ସହି କରଇ ସେ ଲୋକ-ଉପଚାର।୧। ଜୀବନ ସଂଗ୍ରାମ ଅଟେ କ୍ଷତ୍ରିୟ-ଠୁ ବଳି, ଶସ୍ୟ ଉପାର୍ଜନ କରେ ଭଳିକି ଯେ ଭଳି।୨। ଧରାପୃଷ୍ଠେ ଚଷି କରେ ଅସାଧ୍ୟ ସାଧନ, କରି ଉପାର୍ଜନ କରେ ଲୋକେ ବିତରଣ।୩। ଜଗତ କଲ୍ୟାଣ ତାର ଅତୁଳ ବିଭବ, ତଥାପି ସେ ରଚେନାହିଁ ଗରବ ସ୍ବଭାବ।୪। ମାତ୍ରାଧିକ ବୃଦ୍ଧି ପାଇଁ ବହେ ଋଣ ଭାର, ଭୋକିଲା ପେଟକୁ ପୁଣି କରେ […]

Subscribe US Now