ରମ୍ୟ ରୂପ ତୁମ ଅନିର୍ବଚନୀୟ
ଭାବ ସମ୍ଭାର ର ଉତ୍ସ
କଳ୍ପନା କଳ୍ପିତ କବି ଲେଖନି ରେ
କି ସୁନ୍ଦର ଲୀଳା ରଚ
ନେତ୍ର ପଦ୍ମ ତୁମ କି ସୁନ୍ଦର ଶୋଭା
ଦେଖିଦେଲେ ଆଖି ଲାଖି
ପାଦ ପଡ଼େ ନାହିଁ ଅନ୍ୟ ଦିଗେ
କେବେ
ଚାହିଁ ତୁମ ଚକା ଆଖି
ଚିକଣ କଳା ର ଅପୂର୍ବ ମିଶ୍ରଣ
ଆଖି ଦିଏ ଝଳସାଇ
ସାତ ରଙ୍ଗ ସଙ୍ଗେ କଳା ରଙ୍ଗର
ଯେ
ଅପୂର୍ବ ମେଳ ଅଛାଇ
ଦୟଣା ର ମାଳ ଲମ୍ବିଥାଏ ଗଳେ
ଦ୍ଵିଗୁଣିତ ଶୋଭା ରାଶି
ତୋ ସଂସ୍ପର୍ଷୀ ଅସି ଦୟାଣା ର ଭାଗ୍ୟ
ଦୈବ ତ୍ୱ ଭାବ ପ୍ରକାଶି
ଭାବ ର ଠାକୁର ଭାବ ମନ୍ଦିର ରେ
ଭାବ ରେ ଯଦି ଦେଖିବ
କୋଟିଏ କନ୍ଦର୍ପ ପରି ରୂପ କାନ୍ତି
ଭକ୍ତ ଆଖି କୁ ଦିଶିବ
ଶତ୍ରୁ ଯଦି ପାପ ଚକ୍ଷୁ ରେ ଦେଖିବ
ମହାକାଳ ରୂପ ଧରି
ପାପୀ ପାପ ନାସି ବ୍ରହ୍ମ ଅବତଂସି
ଗର୍ବ ଭାବ ଦିଅ ଚୁ ରି
ଆହେ ଲିଲାଧିଶ ରୂପ କଳ୍ପ ତୁମ
ସବୁଦିନ ଦେଖୁଥିବି
ମୃତୁ ସମୟ ରେ ପାଖେ ଥିବ ମୋର
ଦେଖି ସଂସାରୁ ତରିବି ।।
ବିଜୟ ପଟ୍ଟନାୟକ
ସାକ୍ଷୀଗୋପାଳ
Readers Interaction