ମା ଆଣ୍ଠୁକୁଡୀଙ୍କର କୀମ୍ବଦନ୍ତି – ଅନୀତା ବେହେରା

Views: 20
0 0
Read Time:6 Minute, 6 Second

 

(ରାଗ ଚୋଖି)

ବନ୍ଦୁଚି ମା ତୋ ପୟର 

          ତୋ ଦୟାରେ ଜନ୍ମ ମୋର

ଅଛନ୍ତି ଜଗତ ଜନ ତୋର ଦୟାରେ।

ତୁହିଯେ ଆଶିଷ କର

            ଜଗତ ଉଦ୍ଧାର କର

ଭାସିଯିବେ ସର୍ବପ୍ରାଣୀ ଭବସାଗରେ।

ଦୁଧିଆ ବେରେଣୀ ଗ୍ରାମରେ,

ଵସିଅଛୁ ତୁହି ମାତ            ହଡ଼ୁଆକୂଳରେ।।

ଦକ୍ଷିଣର ସ୍ରୋତାସିନୀ

            ଗ୍ରାମ ପାଖେ ଥାଏ ତିନି

ହାଡ଼ୁଆ ର ପାଣି ଧୁଏ ତୋର ପୟର।

କେ କହିବ ତୋ ମହିମା

          ଭକତ ହୁଅନ୍ତି ଜମା

ହାଣ୍ଡିଭଙ୍ଗା ଯାତ ମାଘ ପୁନିଅଁ ତିଥିର।

ମନୋବାଞ୍ଛା ପୁରଣ କର,

    ସେବାତୋର କରୁଥିବା ଭକ୍ତ                             

                      ମାନଙ୍କର।।

ରହିଅଛି କୀମ୍ବଦନ୍ତି 

             ମନୁ ଲେଖିବି କେମିତି ତୋର କେତେ ବ୍ୟଥା ଅଛି ଅନ୍ତର    ତଳେ।

କହୁଚି ଅଜ୍ଞାନ ମୁହିଁ

            ଭଲ ମନ୍ଦ ନ ଜାଣଇ

ତୋ ସଂସାର ଗାଥା ମାତା ଏ ରବି ତଳେ।

ତୋର ନିଜ ସନ୍ତାନ ବ୳ଥା,

ଶୁଣିଦେଲେ ମାତା ମୋର ଘୁରଇ ମଥା।।

ତୋ ପୁତ୍ର ଖେଳ ଖେଳନ୍ତି  

           କୃଷ୍ଣ ନ ଜାଣି ପାରନ୍ତି

 ଛାଡ଼ିଦେଲେ ସେ ତ ଶର ଗଲାକ ପ୍ରାଣ।

ତା ଦେଖି ତୁହି ଜନନୀ

  ଦୁଃଖେ  ହେଲୁ ପାଗଳିନୀ

ଚିହ୍ନିଣ ଶ୍ରୀ ଭଗବାନ ହେଲେ ମଉନ।

ଜୀବନ ନଦେଇ ପାରିଲେ,

 ନିରାସ ହୋଇଣ ପ୍ରଭୁ ପାଖେ ରହିଲେ।।

ଜଗତର ହେବୁ ମାତ 

     ସନ୍ତାନ ଦେବୁ ଜଗତ

ଇଚ୍ଛା ଅନୁସାରେ ପୁତ୍ର ପାରିବୁ ଦେଇ।

ଭକତ ମନ ବୁଝିବୁ 

      ତା’କୁ ତୁ ସାହା ହୋଇବୁ

ତାର ମନବାଞ୍ଛା ତୁହି ପୂର୍ଣ୍ଣ କରିବୁ।

     ଏଇ ଅାଶୀର୍ବାଦ କରିଲେ,

ମାତା ତୋ ଇଚ୍ଛାରେ ପୁର୍ଣ୍ଣ କରିବୁ ଭଲେ।। 

ନାମ ହେଲା ଆଣ୍ଠୁକୁଡ଼ୀ  

     ସମସ୍ତ ସନ୍ତାନ ତୋରି

      ଭକତର କୋଳେ ମାତ ସନ୍ତାନ ଦେବୁ।

ଭକତ ଦୁଃଖ ହରିବୁ

    ସଭିଁଙ୍କ ଆର୍ତ୍ତ ସୁଣିବୁ

     ଯେ ଡାକିଲେ ହୃଦୟରେ ବିଚାର କରିବୁ।

ଏହିପରି କେତେ ଯେ କଥା,

ଶକ୍ତି ନାହିଁ କହିବାକୁ ମୁଁ ଅଧମ ସୂତା।।

ତୋର ଶ୍ରୀ ଚରଣ ତଳେ 

      ମନ ମୋ ଥାଉ ନିଶ୍ଚଳେ

ତୋର ନାମ ଧରି ମୋର ଜୀବନ ଯାଉ।

ତୋ ପାଦେ ଶରଣ ଦିଅ

        ନୋହିଲେ  ମା ତାରିଦିଅ

     ଚିର କାଳ ପରିଯନ୍ତେ ନାମ ତୋ ଥାଉ।

ଜୟ ଜୟ ଶ୍ରୀ ଆଣ୍ଠୁକୁଡ଼ୀ,

ଭବ ଭେଳାରେ ଉଦ୍ଧାରିବୁ ଗଲି ମୁଁ ବୁଡ଼ି।।

 

ଅନୀତା ବେହେରା

ବଡମ୍ବା

କଟକ

Share this :
Next Post

ମାନପତ୍ର - ନାରାୟଣ ଚନ୍ଦ୍ର ସେନାପତି

  ଅଜ୍ଞାନ ପାଇଁ ସେ ରଙ୍ଗୀନ କାଗଜ ସାଧୁ ପାଇଁ ମାନ ସମ୍ମାନ ମାନ ରଖିବାର ଦକ୍ଷ ପତ୍ରଟିଏ ପ୍ରତିଭାକୁ ଦିଏ ଚୁମ୍ବନ। ଆନନ୍ଦର ଗୀତି ଉତ୍ସାହର ଜ୍ୟୋତି ହୃଦୟକୁ କରେ ତୃପ୍ତ କୁହୁକ ଯେସନେ ତା ସମ୍ମୋହନ ବିଦ୍ୟା ଜାଗ୍ରତ ହୁଅଇ ସୁପ୍ତ। ତା ମହାକର୍ଷଣ ବଳରେ ଆକର୍ଷି ଯେଉଁ ଜନ କରେ ତପ ଶିକ୍ଷାର ଦୀକ୍ଷାର ସାଧକ ସେ ସାଜେ ରଖେ ଅଭୀପ୍ସା ଅମାପ। ଶୟନେ ସ୍ବପନେ […]

Subscribe US Now