କିହୋ!!!କେମିତି ଦେଖିବି ଏ ଦିବ୍ୟ ବଦନ
କାଳି କିବା ଗୋରୀ ପଚାରେ ଭୂବନ
ତୁମେ ମୁକୁର ଟେ ଆଣି ଦଉନ !!
ନିଜର ଅଦେଖା ସୌନ୍ଦର୍ଯ୍ୟକୁ ଦେଖି
ପୁରି ଉଠୁ ମୋର ମୃଗ ନୟନ
ତୁମେ ଏ ଯାଏଁ ତ ଆଣି ଦଉନ!!
ମାଗିଲି ବୋଲି ଯେ କଳା କଜଳ
ମତେ ଭୁଲେଇକି କହିଲ
ତୁମେ ଦିଶ ଚମ୍ପା ପରି ସଜଳ
କେମିତି ମାନିବି ତୁମ କଥା
ରିବନ୍ ଟେ ମାଗିଥିଲି ପରା
ଆଣି ଦେଇଥିଲ ଲନଠଣ ଫିତା!!!
କେବେ କୁହ ମତେ ବ୍ରହ୍ମାଣ୍ଡ ସୁନ୍ଦରୀ
କେବେ କୁହ ମତେ ସ୍ୱର୍ଗ ଅପସରୀ
କେବେ କଣ୍ଠ ସ୍ଵରେ ରକ୍ତ ପଡେ ଝରି
କିହୋ!!ତୁମେ ସିଧା ସିଧା କାହିଁ କୁହନି
ମୁଁ ସୁକୁମାରୀ ସ୍ଵୟଂ କମଳିନୀ
ମୋ ସୁନ୍ଦରତା ଦେଖି ସହି ପାରନି!!
ତୁମେ ଆଜି ଆଣି ଦିଅ ମୁକୁର ନ କରି ବାହାନା
ନୋହିଲେ ଜାଣିବ ମୁଁ ହେବି ତୁମ ସୁଲୋଚନା
ମନେ ପକେଇ କହୁଛି ଚନ୍ଦ୍ରମଣିର ପାଠ
ଯଦି ନ ଆଣ କରିବ ନିଜ ଅବସ୍ଥା ପାଇଁ ଶୋଚନା!!
ମୁଁ ଆଜି କରିବି ମୋ ରୂପର ବାସ୍ତବ ବର୍ଣ୍ଣନା
ଛିଡା କାଇଁ ହେଲ?? ମତେ ମୁକୁର ଆଣି ଦଉନା !!
ସ୍ୱାଗତିକା ବେହେରା
ଗୁରୁଛାତ୍ରୀ
ହରିରାଜ ପୁର
କଟକ।।
Readers Interaction