ଜହ୍ନ ଓ ପ୍ରିୟାର ସ୍ମୃତି – ଲକ୍ଷ୍ମୀନାରାୟଣ ପଟ୍ଟନାୟକ

Views: 21
0 0
Read Time:1 Minute, 45 Second

 

ମୋ ଗାଆଁ ନଈର ତୁଠ ପଥରରେ
ଦେଖି ତୋର ପାଦଚିହ୍ନ
ମନେପଡୁ ପ୍ରିୟା ସଞ୍ଜ ଆକାଶରେ
ଦେଖି ସେଇ ରୂପାଜହ୍ନ ।।୦।।

ସ୍ମୃତିର ଚାଦର ତଳେ ଲୁଚି ଲୁଚି
ଲୁହ ଢାଳେ ଏକା ଏକା
ମୋ ଅଗଣା ଆଜି ଲାଗେ ଖାଁ ଖାଁ
ଫଗୁଣଟା ଲାଗେ ଫିକା
ଶ୍ରାବଣଟା ଆଜି ଅସହ୍ୟ ଲାଗୁଛି
ସରୁ ନାହିଁ ମୋର ଦିନ
ମନେପଡୁ ପ୍ରିୟା ସଞ୍ଜ ଆକାଶରେ
ଦେଖି ସେଇ ରୁପାଜହ୍ନ ।।୧।।

କୋଇଲିର ସୁର ଲାଗୁନି ମଧୁର
ତୋ ସ୍ୱର ହଜିବା ଦିନୁଁ
ଦେଖୁଛି ତୋ ମୁହଁ ନିତି ଜହ୍ନ ଦେହେ
ଲିଭୁନାହିଁ ମୋର ମନୁ
ସବୁ ସ୍ମୃତି ତୋର ରଖିଛି ସାଇତି
କାଟିବାକୁ ବାକି ଦିନ
ମନେପଡୁ ପ୍ରିୟା ସଞ୍ଜ ଆକାଶରେ
ଦେଖି ସେଇ ରୂପାଜହ୍ନ ।।୨।।


ଲକ୍ଷ୍ମୀନାରାୟଣ ପଟ୍ଟନାୟକ

Share this :
Next Post

ରଙ୍ଗମଞ୍ଚ - ବାଣୀଶ୍ରୀ ଉପାଧ୍ଯାୟ

ତୃପ୍ତିରେ  ଅତୃପତି  ଅତୃପତି ରେ ତୃପତି  ସାନ୍ତି ରେ ଅସାନ୍ତି  ଅସାନ୍ତି ରେ ସାନ୍ତି ଏଇ ତ ଜୀବନ ରହସ୍ୟ ର ସାରାଂଶ  ହଜାଇ ଖଜୁଥିବାର  ଏବଂ ଖୋଜି ହଜାଉ ଥିବାର  ମୋହ ଭିତରେ  ଆମେ ସଭିଏଁ ଫୁଟି ଉଠ ଥିବା  କଳିକା ବିିିଶ୍ଵାସ ର  ଗତ କାଲିର ସତେଜ କଢ  ଆଜି ସକାଳର ସଜ ଫୁଟା ଫୁଲ  ପୁଣି ଆସନ୍ତା କାଲିର  ନିର୍ବାଣ ଭିତରେ  ନିୟତିର ଏ ମଧୁର […]

Subscribe US Now