ଦାଦନ – କିରଣ ମନୀଷା ମହାନ୍ତି

Views: 31
0 0
Read Time:1 Minute, 58 Second

 

ଦାଦନ ଖଟିଖିଆର ନାଁ

ଭୋକର ନାଁ ବି ଦାଦନ

ଦାଦାନର ଚିତ୍ର ରାସ୍ତା ସାରା

ଦାଦନ ହି ଏକା ତା ଅସରନ୍ତି

ରାସ୍ତାର ସାକ୍ଷୀ

ଦାଦନ ଫେରୁଛି ମୁଠାଇ ଭୋକକୁ

କାନିରେ ବାନ୍ଧି

ଦାଦାନର କଷ୍ଟ,ଲୁହରେ

ଭରିଯାଏ ଆଖି

ଦାଦନ ଖୁବ ମେହନତି ମଣିଷ ଟିଏ

ଭୋକର ସନ୍ଧାନରେ ପୁଣି

ଦାଦାନର ସ୍ୱପ୍ନଠୁ ତା

ଦୁଃଖର କଷ୍ଟ ର ଭାର ବେସି

ଦାଦାନର ଭୋକ ସଜଡା ହୁଏ

ମାଟି ଗୋବର ନେସା ଚୁଲିରେ

ତତଲା ପାଣି ଚାଉଳରେ ଫୁଟେ

ଓଳିକର ଭୋକ

ଦାଦାନର ଭୋକ ଜାଳିଦିଏ

ପାଦଠୁ ପିଠି

ଦାଦାନର ଭଲ ମନ୍ଦ କଣ ଯେ

ପେଟ ଚାଖଣ୍ଢକ ପାଇଁ

ତାଡି ବାକୁ ପଡେ 

ଶୁଖିଲା ମାଟି

ସେଖିବାକୁ ପଡେ ଇଟା

ଦାଦାନର ଈଶ୍ୱର ଟା 

ଗୋଟେ ଜନ୍ମାଧ

ସେ କଣ ଦେଖିପାରେ କି

ଦାଦନ ର ଦୁଃଖ

କିରଣ ମନୀଷା ମହାନ୍ତି

Share this :
Next Post

ଜହ୍ନ ଓ ପ୍ରିୟାର ସ୍ମୃତି - ଲକ୍ଷ୍ମୀନାରାୟଣ ପଟ୍ଟନାୟକ

  ମୋ ଗାଆଁ ନଈର ତୁଠ ପଥରରେଦେଖି ତୋର ପାଦଚିହ୍ନମନେପଡୁ ପ୍ରିୟା ସଞ୍ଜ ଆକାଶରେଦେଖି ସେଇ ରୂପାଜହ୍ନ ।।୦।। ସ୍ମୃତିର ଚାଦର ତଳେ ଲୁଚି ଲୁଚିଲୁହ ଢାଳେ ଏକା ଏକାମୋ ଅଗଣା ଆଜି ଲାଗେ ଖାଁ ଖାଁଫଗୁଣଟା ଲାଗେ ଫିକାଶ୍ରାବଣଟା ଆଜି ଅସହ୍ୟ ଲାଗୁଛିସରୁ ନାହିଁ ମୋର ଦିନମନେପଡୁ ପ୍ରିୟା ସଞ୍ଜ ଆକାଶରେଦେଖି ସେଇ ରୁପାଜହ୍ନ ।।୧।। କୋଇଲିର ସୁର ଲାଗୁନି ମଧୁରତୋ ସ୍ୱର ହଜିବା ଦିନୁଁଦେଖୁଛି ତୋ ମୁହଁ […]

Subscribe US Now