ଜୀବନର ବାଟ – ସ୍ବାତି ମହାପାତ୍ର

Views: 24
0 0
Read Time:6 Minute, 0 Second

llବାଟ ର ବାଟୋଇ ମୁ
ହେଲେ ମୋ ବାଟ ସରୁନି
ଚାଲି ଚାଲି ଥକି ଗଲେ
ଶୋଷ ମେଣ୍ଟିବାକୁ ପାଣିଭି ମିଳୁନି ll1ll

llମରୁଭୂମି ରେ କଣ୍ଟା ଗଛ ଟିଏ ଶୋଭା ପାଏ
ସେ ତା ମରୁଭୂମି ଜଳବାୟୁ ସହ ଚଳିଯାଏll2ll

llମୁ ଆଶା କରୁଥିଲୁ ମରୀଚିକା ରେ ପାରିଜାତ
ହେଲେ, ଅକାତ କାତ ବାଲିବନ୍ତ ରେ ତଳୁକୁ ତଳକୁ ଫସି ରହିଛି ଖାଲି ଶୁଖିଲା ଶୁଖିଲା ବାଲି ଟେଳାll3ll

କଷ୍ଟ ସହି ଆଗକୁ ବଢିବାକୁ ଜୀବନ କହୁ
ହେଲେ,ସେ କଷ୍ଟର ସମାପ୍ତି କୁ କଣ ମରଣ କହିବା??

llପାଦ ଭୁଲକୁ ନୁହେଁ ଠିକ ଖୋଜୁଛି
ସକାଳ ହେଲେ ଯେମିତି ପକ୍ଷୀ ତା ବସା ରୁ ବାହାରି ପଡେ କିଛି ଦାନ ଆଶାରେ
ମୁ ସେମିତି ଅଣ୍ଡାଳୁଛି ମୋ ଭାଗ୍ୟରୁ ଖୁସିର ଭାଗଟିଏll4ll

llସକାଳର ପହିଲି କିରଣ ନ ପଡିବା ଆଗରୁ
ପ୍ରଥମ ସ୍ପର୍ଶ ନିଜ ମାଟିକୁ ଛୁଇଁ
ପ୍ରଥମ ଛୁଆଁ ସେଇ ଆବିଷ୍କାର ମେସିନର
ଗର୍ଭ ଗୃହରୁ ଦଶ ମାସ ଦଶ ଦିନି ପରେ
ଏ ଦୁନିଆକୁ ଆସିଥିଲି ll5ll

llଆଜିକି ବିତିଗଲା ଦୀର୍ଘ ଅଠର ବର୍ଷର
ପୀଡନା ଜାଳନା କୁସ୍ଚିତ ସମାଜର
ଘାତକ ଗଣ୍ଡରେ ପ୍ରାଣର ଅସୀମ ପ୍ରଚେଷ୍ଟା
ଏଇ ଜୀବନ ଦୀପଟିକ କୁ ବଂଚେଇ
ଋତୁ ସହ ଋତୁ ମାସ ସହ ମାସ
ଦିନ ସହ ଦିନ ମନ ସହ ମନ
ମିଶେଇବାର ବରାବର କାର୍ଯ୍ୟ କରିଚାଲିଛିll6ll

ହେଲେ,,
llକିଛି ଫଳକି ସଫଳତାର ରଙ୍ଗ ଟିକକ
ଏ ଦେହରେ କେଭେ ବାଜିନି
କିନ୍ତୁ ବିଫଳତା ଶବ୍ଦ ସବୁବେଳେ
ଏଇ ସ୍ୱଳ୍ପ ଜୀବନ ଟିକୁ ବାନ୍ଧିଦେଇଛି
ମନର ଅନ୍ତର ର କୋହ ସହ ll7ll

llଯୋଉଦିନ ଜନ୍ମର ସ୍ୱାଦ ଜାଣିଲି
ସେତେବେଳେ କାନ୍ଦିଥିଲି ବିନା କିଛି ପରିଶ୍ରମରେ
ଯେବେ ଭଲପାଇବା ପାଇଲି
ସେତେବେଳେ ହସିଥିଲି ବିନା କିଛି ପ୍ରାପ୍ୟରେll8ll

llଏମିତି ଅଭ୍ୟସ୍ତ ହୋଇଗଲା
ସେ ଜୀବନର ଜଟିଳ କୋଠା ଘରେ
ହେଲେ ଯେବେ ଜାଣିଲି ସେ ଜଟିଳ କୋଠା ଘରକୁ
ସରଳ ମାପକାଠିରେ ସଜାଡିବାକୁ ପ୍ରୟାସ କରୁଥିବା
ଏ ସମାଜର ପ୍ରତିଟି ପ୍ରାଣର
ଶେଷ ସମୟ ଆସିଯାଉଛିll9ll

llହେଲେ
ସେ ସରଳ କରି ପାରୁନାହାନ୍ତି
ସେତେବେଳେ ଗୋଟେ ଆକାରହୀନ
ନିରାକାର ଦୀର୍ଘ ବଡ଼ ଝଡ଼ଟେ ଆସି ମାଢ଼ହେଲା
ତାକୁ ସମ୍ଭାଳିବା ପାଇଁ ପ୍ରୟାସ ଜାରି କରୁ କରୁ
ପୁନଃ ପଛକୁ ପଛ ଆସି ଛୋଟ ବଡ଼ ଛୋଟ ବଡ଼
ଝଡ଼ ସବୁବେଳେ ଧକା ଦଉଛି ll10ll

llମୁ ଆଗକୁ ଝୁକି ହଉଛି
ପୁଣି ପଛରୁ କିଏ ଟାଣି ଧରୁଛି
ଯେତେବେଳେ କେହିନଥିଲେ ସାହାଯ୍ୟ ପାଇଁ
ମୁ ଝୁକି ପଡିଯାଏ
ପୁଣି ମନରେ ଦୃଢ଼ ମନୋବଳ ରଖି
ନିଜ ଗନ୍ତବ୍ୟ ପଥରେ
ସମୟର ପ୍ରହାର ଭିତରେ
ଆଗକୁ ଚାଲୁଛି
ବାଟୋଇ ସାଜି…………….ll11ll

 

ସ୍ବାତି ମହାପାତ୍ର

Share this :
Next Post

ବର୍ଷା ଗୋ ତୁମେ - ରୋଜାଲିନ ସେନାପତି

  ବର୍ଷା ଗୋ ତୁମେ ଛପି ଛପି ଆସ ମୋ ମନ ଝରକା ଦେଇ ବର୍ଷା ଗୋ ତୁମେ…. ତୁମରି ବାଟକୁ ଚାହିଁ ମୁଁ ବସିଛି ଚାତକ ଚକୋରି ହୋଇ ବର୍ଷା ଗୋ ତୁମେ…. ତୁମେ ମୋର ପ୍ରୀତି ତୁମେ ମୋ ପ୍ରେୟସୀ ତୁମେ ମୋର ଅରୁନ୍ଧତୀ ବର୍ଷା ଗୋ ତୁମେ…. ତୁମ ଆଗମନେ ପୁଲକିତ ମନ ପୁରି ଉଠେ ଏହି ଧରା ବର୍ଷା ଗୋ ତୁମେ….. ଆକାଶ ଟା […]

Subscribe US Now