ସ୍ନାନ ପୂର୍ଣ୍ଣିମା – ସଂଯୁକ୍ତା ସାହୁ

Views: 28
0 0
Read Time:2 Minute, 40 Second

ଆରେ କାଳିଆ ସୁନା ଚକାନୟନ
ଆଜି ପରା ତୁ କରିବୁ ସ୍ନାହାନ ।
କି ଲୀଳା ତୋର ଆହେ ଲୀଳାମୟ
ସଭିଙ୍କୁ କରାଉ ତୁ ଭାରି ଭାଵମୟ ।
ତୁ ତ ଜଗତର ଜଗନ୍ନାଥ ଠାକୁର
ରଥ,ପଥ,ବଡ଼ଦାଣ୍ଡ ସବୁ ତୋହର ।
ବିଚିତ୍ର ଲୀଳାଖେଳା କାଳିଆ କରୁ ତୁହି
ସାଙ୍ଗରେ ଧରି ଭାଈ ,ଭଉଣୀକୁ ନେଇ ।
ସାରା ସଂସାରକୁ ଦେଖାଉ ତୋ ନାଟ
ମଣିଷକୁ ଶିଖାଇଛୁ ସବୁ ଦୁନିଆଁ ବାଟ ।
ଜ୍ୟେଷ୍ଠ ପୂର୍ଣ୍ଣିମାରେ ତୁମେ ତିନିଠାକୁର
ଗାଧୋଇବ ଏକଶହ ଗରା ଜଳର ।
ସ୍ନାନ ମଣ୍ଡପରେ ସୁଗନ୍ଧ ତୈଳ ଲଗାଇ
ସୁବାସିତ ଅତର ପଡି ମହମହ ବାସୁଥାଇ ।
ସୁନା କୂଅରୁ ଜଳ ଲାଗିହେବ ଦେହରେ
ଚଉଦ ଦିନ ଶୋଇବ ଗମ୍ଭୀର ଘରେ ।
ଜରରେ କମ୍ପିବ ଆହେ ହଟିଆ ଠାକୁର
କି ଲୀଳା ଗାଇବୁ ତୁମ ଗୁଣ ଅପ୍ରମ୍ପାର ।
ଆଜି ଶୁନ୍ୟ ଲାଗେ ଭାରି ଏଇ ପବିତ୍ର ଦିନରେ
ବିନା ଭକତରେ ବସିଛୁ ସ୍ନାନ ମଣ୍ଡପରେ ।
ତୋର ବଡ଼ ଦାଣ୍ଡ ହୋଇଅଛି ହତଶିରୀ
ହେ କଳାବଦନ ଶୁଣୁନାହୁଁ କି ଗୁହାରୀ ।
ତୋ ପାଖେ ମିନତୀ କରୁଛୁ ହେ ଠାକୁର
ଏ ଅମାଅନ୍ଧାରକୁ ଭବସାଗରରୁ ପାରି କର ।

ସଂଯୁକ୍ତା ସାହୁ
ରାହାମା
ଜଗତସିଂହପୁର

Share this :
Next Post

ସ୍ନାନ ପୂର୍ଣ୍ଣିମା - ସୌଦାମିନୀ ତ୍ରିପାଠୀ

ଜୟ ଜଗବନ୍ଧୁ ଜଗତର ବନ୍ଧୁ ଭାବଗ୍ରାହୀ ଦୀନବନ୍ଧୁ ପତିତ ତାରଣ ପତିତପାବନ ଦୁଃଖ ଫେଡ଼ ଭକ୍ତ ବନ୍ଧୁ ll ନାମ ବହି ତୁମେ ଜଗତର ନାଥ ସଂସାରର ଦୁଃଖ ଦେଖୁ ଥାଅ ତୁମ ବଡ ପଣ ଭକ୍ତଙ୍କ ପାଇଁ ହେ ଶ୍ରୀ ମନ୍ଦିରେ ଏକା ବସିଥାଅ ll ବଡ ଦାଣ୍ଡ ଏବେ ଖାଲି ପଡ଼ିଅଛି ସ୍ନାନ ପୂର୍ଣ୍ଣମୀରେ ଭକ୍ତ ନାହିଁ ରଥ ଯାତ୍ରା ପୁଣି ଭକ୍ତ ଶୂନ୍ୟ ହେଲେ ଯାତ୍ରା […]

Subscribe US Now