ନର ମଧ୍ୟେ ଘୃଣ୍ୟ ପୁଣ୍ୟ ମହା ଶୂନ୍ୟ
କୃତଘ୍ନ ମଣିଷ ଟିଏ
ଉପକାର ପାଇ ଭୁଲି ଯାଏ ତହିଁ
କାହାର ତ ସେହି ନୁହେଁ ।
ବିପଦେ ପଡିଲେ ସାହାଯ୍ୟ ମାଗଇ
ଭୁଲିଯାଏ ପରେ ସିଏ
ସାହାଯ୍ୟ ପାଇ ସେ ବିପଦୁ ତରିଲେ
ପଚାରଇ ତୁହି କିଏ ?
ଅନ୍ୟର ଦୁଃଖକୁ ଆଖିରେ ଦେଖି ସେ
ନ ଦେଖିଲା ପରି ହୁଏ
ଅନ୍ୟର ବେଦନା ଜାଣି ମଧ୍ୟ ନିଜେ
ନ ଜାଣିଲା ପରି ରହେ ।
ପର ଦୁଃଖ ଦେଖି ଖୁସି ହୋଇ ଥାଏ
ମନକୁ ମନ ସେ ହସି
ସମବେଦନା ବି ଜଣାଇ ନ ଥାଏ
ଦୁଃଖୀ ର ପାଖକୁ ଆସି ।
ଅନ୍ୟର ଖୁଣ କୁ ବଖାଣାଇ ଭଲେ
ଲୋକଙ୍କର ପାଶେ ବସି
ନିଜ କଥା ସଦା ଚିନ୍ତା କରେ ସିଏ
ଅନ୍ୟ ପାଖେ ହସି ହସି ।
ନିଜେ ଭଲ ବୋଲି ଦେଖେଇ ହୁଏ ସେ
ଭଲ ଭଲ କଥା କହି
ସମସ୍ତେ ଖରାପ ସେହି ଏକା ଭଲ
ଏ କଥା ମନରେ ବହି ।
ଧିକ ଏ ଜୀବନ ମଣିଷ ରେ ହୀନ
ପର ଉପକାର ବିନା
ଉପକାରୀ ର ଯେ ଉପକାର ଭୁଲି
ସାହାଯ୍ୟ କରଇ ମନା ।
କୃତଘ୍ନ ଅଟଇ ସେହି ନର ଗୋଟି
ଭୁଲେ ଯିଏ ଉପକାର
ସମାଜ ଟା ତାର କରଇ ବିଚାର
ଛି ଛି କହି ବାର ବାର ।
ଭଗବାନଙ୍କର ଦ୍ଵାରରେ ତାହାର
ହୁଅଇ ବିଚାର ଯେବେ
ଅମଣିଷ ଭାବେ ଗଣା ହୁଏ ସିଏ
ଅସଭ୍ୟ ମଣିଷ ଭାବେ ।
ଗାଳି ପାଇ ଥାଏ ସବୁ ମଣିଷ ଠୁ
ଦଣ୍ଡ ପୁଣି ଦିଏ ଭାଗ୍ୟ
କପାଳେ ଥିଲା ମୋ ଭୋଗିବାକୁ ତାହା
ଭାବିବା ପାଇଁ କି ଯୋଗ୍ୟ ।
କୁନା ନିବେଦନ ଘେନ ମୋର ଜନ
ଉପକାର ଭୁଲ ନାହିଁ
ପ୍ରତି ଉପକାର କର ସେହି ନର
ଉପକାର ସୁଜ ଭାଇ ।
କୁନା ସେଠୀ
ଭୂତସରସିଙ୍ଗୀ
ଗଞ୍ଜାମ
Readers Interaction