ମନ ମାହାତ୍ମ୍ୟ-୮୬.ବିନୋଦିନୀ ଦାଶ

Views: 15
0 0
Read Time:2 Minute, 9 Second

ମନ ମାହାତ୍ମ୍ୟ-୮୬
———————-
ବିନୋଦିନୀ ଦାଶ
——————–

କରୁଥିବା କର୍ମ ପାଇଁ ସିନା ମନ
ନିଜକୁ କୁଶଳୀ ବୋଲି ଭାବଇ,
ହେଲେ କେଉଁ ଲାଭ ଯଦି ସତ୍ପଥରେ
ସେ ମାର୍ଗଟି ବରିତ ହୋଇନାହିଁ ?

ଦେହ ସୁଖ ସିନା ତାହାଠୁ ମିଳଇ
ଜୀବନ୍ନୋତି ମାର୍ଗ କି ମିଳିଥାଇ ?
ସେ ସୁଖ ବି ଦିନେ ଲୁପ୍ତ ହୋଇଣ
ନାନା ଦୁଃଖ କ୍ଳେଶ ଭରି ଦିଅଇ ।

ତଥାପି ଅବୁଝା ମନ ଭାଗ୍ୟ ନିନ୍ଦି
କର୍ମ ଦୋଷ ବୋଲି କହି ନଥାଇ,
ଯେମିତି ରୋଇଛି ସେମିତି ଫଳୁଛି
ବୋଲି ନିଶ୍ଚେ ନିଜ ମନ ଜାଣଇ ।

ଭାଗ୍ୟ ଉପରେ ଯେ ବିଶ୍ବାସ କରିଣ
କରମରେ ଉଦାସୀନ ରହଇ,
ଆପେଆପେ କଅଣ ସୁଖ ସମୃଦ୍ଧି
ତାହାର ପାଖକୁ ଯାଏ ଗୋଡା଼ଇ ?

କର୍ମବଳେ ସିନା ଆଶାଠୁ ଅଧିକ
ଶୁଭ ଫଳ ଜଣେ ପ୍ରାପ୍ତ ହୁଅଇ,
ନୋଚେତ୍ ଧନ, ମାନ, ଯଶ ସବୁ ତା’ର
ପାଖକୁ କେବେ ବି ମାଡ଼ଇ ନାହିଁ ।

କୁରୁଆଁ, ମୁଗପାଳ, ଯାଜପୁର ।

Share this :
Next Post

This is love.+Otteri Selva kumar, Chennai,India

I see You see Broken my heart Love jumping With our eye’s In to our hearts I am hate With you… You hate With me again.. Non stop Nonsense word’s But Love is Jump about Our dreamed sky… Fly with high… Again You see I see about with Eye’s…. My […]

Subscribe US Now