ତୁଛ ସଂପର୍କ – ଡ.ପ୍ରିୟମ୍ବଦା ସାମଲ

Views: 26
1 0
Read Time:2 Minute, 16 Second

ମିଛ ମାୟାରେ ତ ଘାରି ହୋଇ ସର୍ବେ
ବୋଲନ୍ତି ସର୍ବସ୍ବ ମୋର
ଆଜିକି ଜୀବନ କାଲିକି ତ ନାହିଁ
ତୁଚ୍ଛ ଅଟେ ସଂପର୍କର।
ଲୋଭ ମୋହ ମାୟା ଗ୍ରାସ କରିଅଛି
ଦୁନିଆଟା ଭୟାବହ
ସ୍ବାର୍ଥ ପାଇଁ ଲୋକ ସଂପର୍କ ରଖନ୍ତି
ସ୍ବାର୍ଥ ରେ ତା ରହେ ଲୟ।
ସଂପର୍କରେ ନାହିଁ ଶାଶ୍ବତର ଚିହ୍ନ
ମିଛରେ ସଭିଏଁ ଯୋଡି
ସତ ସଂପର୍କ ତ ମିଳଇ କ୍ବଚିତ
କାର୍ଯ୍ଯପରେ ଯାନ୍ତି ଛାଡି।
ପାଇବା ଆଶାରେ ରଖନ୍ତି ସଂପର୍କ
ନମିଳିଲେ ହୋନ୍ତି ଦୂର
ତୁଚ୍ଛା ସଂପର୍କ ଏ ମିଛରେ ଘାରିଛି
ସମୟ ଟା ହୁଏ କ୍ରୁର।
ଅଢେଇ ଦିନର ବଢେଇ ହେବାଟା
ଶୋଭା ପାଏନାହିଁ ଜମା
ସଂପର୍କଟି ଯହିଁ ଅନାବିଳ ଅଟେ
ଶୋଭା ପାଏ ତା ଗାରିମା।
ପ୍ରକୃତ ସଂପର୍କ ଗ୍ଯାନ ଅଟେ ପରା
ତାହାକୁ ସାଧିବ ଯିଏ
ଈଶ୍ବରଙ୍କ ପ୍ରତି ସମର୍ପିତ ହୋଇ
କର୍ମ କରୁଥିବ ସିଏ।

ଡ.ପ୍ରିୟମ୍ବଦା ସାମଲ
ପାରଳାଖେମୁଣ୍ଡି ଗଜପତି।

Share this :
Next Post

ଚାଣକ୍ୟ - ସତ୍ଯଚନ୍ଦନ ବିଶ୍ବାଳ

ଚଣି ପୁତ୍ର ତୁମେ ହେ ପୂଜ୍ୟ ଚାଣକ୍ୟ ଜ୍ଞାନର ତ ଗନ୍ତାଘର ତୁମେ ଅଦ୍ବିତୀୟ ଏଇ ସଂସାରରେ ତୁଳନା ନାହିଁ ତୁମର।।୧ ଚାରି ବେଦ ଆଉ ଚାରି ଉପବେଦ ଜିହ୍ବାଗ୍ରେ ତୁମର ଥିଲା ଭବିଷ୍ୟତ ଦେଖି ଯାହା କହୁଥିଲ ସତ ତାହା ହେଉଥିଲା।।୨ ଖଗୋଳ ଭୂଗୋଳ ଇତିହାସ ଭଳି ଅନେକ ଶାସ୍ତ୍ର ନିରେଖି ଅଖଣ୍ଡ ଭାରତ ନିର୍ମାଣ ପାଇଁକି ଅର୍ଥ ଶାସ୍ତ୍ର ଦେଲ ଲେଖି।।୩ ପନ୍ଦର ଅଧ୍ୟାୟ ଅର୍ଥ ଶାସ୍ତ୍ରଟିରେ […]

Subscribe US Now