ଚାଣକ୍ୟ – ସତ୍ଯଚନ୍ଦନ ବିଶ୍ବାଳ

Views: 21
0 0
Read Time:7 Minute, 31 Second

ଚଣି ପୁତ୍ର ତୁମେ ହେ ପୂଜ୍ୟ ଚାଣକ୍ୟ
ଜ୍ଞାନର ତ ଗନ୍ତାଘର
ତୁମେ ଅଦ୍ବିତୀୟ ଏଇ ସଂସାରରେ
ତୁଳନା ନାହିଁ ତୁମର।।୧

ଚାରି ବେଦ ଆଉ ଚାରି ଉପବେଦ
ଜିହ୍ବାଗ୍ରେ ତୁମର ଥିଲା
ଭବିଷ୍ୟତ ଦେଖି ଯାହା କହୁଥିଲ
ସତ ତାହା ହେଉଥିଲା।।୨

ଖଗୋଳ ଭୂଗୋଳ ଇତିହାସ ଭଳି
ଅନେକ ଶାସ୍ତ୍ର ନିରେଖି
ଅଖଣ୍ଡ ଭାରତ ନିର୍ମାଣ ପାଇଁକି
ଅର୍ଥ ଶାସ୍ତ୍ର ଦେଲ ଲେଖି।।୩

ପନ୍ଦର ଅଧ୍ୟାୟ ଅର୍ଥ ଶାସ୍ତ୍ରଟିରେ
ଶ୍ଳୋକଯେ ଛଅ ହଜାର
ସମାଜ ସଂସ୍କାର ରାଜନୀତି ଜ୍ଞାନ
ହୋଇ ଅଛି ଭର ପୁର।।୪

ଧନାନନ୍ଦ ଠାରୁ ଅପମାନ ପାଇ
କ୍ରୋଧେ ହୋଇ ଜର୍ଜରିତ
ଖୋଜି ଚନ୍ଦ୍ରଗୁପ୍ତ କରି ପ୍ରଶିକ୍ଷିତ
କରିଲ ତାଙ୍କୁ ପରାସ୍ତ।।୫

ଚାଣକ୍ୟ କୌଟିଲ୍ୟ ବିଷ୍ଣୁଗୁପ୍ତ ନାମେ
ହେଉଥିଲ ପରିଚିତ
ଅଖଣ୍ଡ ଭାରତ ନିର୍ମାଣ ନିମିତ୍ତ
ପ୍ରାଣ କଲ ସମର୍ପିତ।।୬

ମୌର୍ଯ୍ୟ ବଂଶ ତୁମେ କରିଲ ପ୍ରତିଷ୍ଠା
ଚନ୍ଦ୍ରଗୁପ୍ତ ହେଲେ ରାଜା
ମହାମନ୍ତ୍ରୀ ହୋଇ ଉପଦେଶ ଦେଇ
ସୁଖେ ପାଳୁ ଥିଲ ପ୍ରଜା।।୭

ପନ୍ଦର ଶହ କନ୍ୟା ମାନଙ୍କୁ ନେଇ
ଗଢି ବିଶ କନ୍ୟା ଦଳ
ସୁରକ୍ଷିତ ହେଲେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ
ବଢିଲା ତାଙ୍କର ବଳ।।୮

ଦୁରଧରା ଙ୍କର ବେକ କାଟିଥିଲ
ବିନ୍ଦୁସାରଙ୍କର ପାଇଁ
ମୌର୍ଯ୍ୟ କୂଳଦୀପ ଉଦ୍ଧାର କରିଲ
ଧନ୍ୟ ଚାଣକ୍ୟ ଗୋସାଇଁ।।୯

ଭଦ୍ରଭଟ୍ଟ ଆଉ ରାଧାଗୁପ୍ତ ନାମେ
ଦୁଇ ଶିଷ୍ୟ ଥିଲେ ପ୍ରିୟ
ଯାହା କହୁଥିଲ ତାହା କରୁଥିଲେ
ଦେଇ କାୟ ମନ ବାକ୍ୟ।।୧୦

ତୁମ ନୀତି ତୁମ ଆଦର୍ଶକୁ ମାନି
ଚନ୍ଦ୍ରଗୁପ୍ତ ଚଳୁଥିଲେ
ତୁମ ଚରଣରେ ମସ୍ତକ ନୁଆଇଁ
ରାଜ୍ୟରୁ ବାହାରି ଗଲେ।।୧୧

ଫରାସୀ ୟୁନାନ ଆଉ ଖୁରାସନ
ମଗଧର ଶତ୍ରୁ ଥିଲେ
ତୁମରି ନାମକୁ ଶୁଣିଲା ମାତ୍ରକେ
ପଛ ଘୁଞ୍ଚା ଦେଉ ଥିଲେ।।୧୨

ହିନ୍ଦୁ କୋଶ ଠାରେ ଗଢିଥିଲ ତୁମେ
ଏକ ଅଭେଦ୍ୟ ପାଚେରୀ
ଭାରତକୁ ପଶି ନପାରି ଯବନ
ଦୁଃଖେ ହେଉଥିଲେ ଘାରି।।୧୩

ଅଶୋକଙ୍କ ପାଇଁ ତୁମ ହୃଦୟରେ
ରହିଥିଲା କେତେ ଶ୍ରଦ୍ଧା
ଜୀବନ ଦେଇଣ ତାଙ୍କ ଜୀବନର
ଦୂରେଇଲ ସବୁ ବାଧା।।୧୪

ତୁମରି କଥନ ନହୋଇଲା ଆନ
ଅକାଟ୍ୟ ହୋଇଲା ତାହା
ସ୍ବପ୍ନ ତୁମ ସବୁ ପୂରଣ ହୋଇଲା
ନିୟତି ଲେଖିଲା ଯାହା।।୧୫

ନାମ ସୁବାସୀନି ସେତ ଅଭିମାନୀ
କରୁଥିଲ ତାଙ୍କୁ ପ୍ରେମ
ସ୍ବପ୍ନ ପୁରା କରି ଫେରିଲା ବେଳକୁ
ଛାଡିଲେ ଧରିତ୍ରୀ ଧାମ୧୬

ରାଣୀ ଚାରୁମିତ୍ରା ଲୋକ ଲଗାଇଣ
ଜୀବନରୁ ଦେଲେ ମାରି
ମୃତ୍ୟୁର ଖବର ପ୍ରସାରିତ ହେଲା
ଜନତା ହୋଇଲେ ଝୁରି।।୧୭

ଇତିହାସ କାର ମେଘାସ୍ଥିନିସିଙ୍କୁ
ବୁଦ୍ଧିରେ କରିଲ ବଶ
ତାଙ୍କ ସାହାର୍ଯ୍ୟରେ ଯବନ ମାନଙ୍କ
କରିଥିଲ ସର୍ବନାଶ।।୧୮

ମୁରାଙ୍କ ନାମରେ ମୌର୍ଯ୍ୟ ବଂଶ ତୁମେ
କରିଥିଲ ପ୍ରତିଷ୍ଠାନ
ଅସତ୍ୟ ଉପରେ ସତ୍ୟର ବିଜୟ
ଯୁଗେ ଯୁଗେ କୀର୍ତ୍ତିମାନ।।୧୯

ଭାରତ ମାତାର ସୁଯୋଗ୍ୟ ସନ୍ତାନ
ଚାଣକ୍ୟ ତୁମେ ମହାନ
ଯୋଡି କରପତ୍ର ମୁଁ ସତ୍ୟଚନ୍ଦନ
କରୁଚି ଶତ ନମନ।।୨୦

ସତ୍ୟଚନ୍ଦନ ବିଶ୍ବାଳ( ବାପୁନ)
ଲଙ୍ଗଳେଶ୍ବର ,ବାଲେଶ୍ବର

Share this :
Next Post

ବାବା ଶନିଶ୍ଚର - ଜନ୍ମଜୟ ନାୟକ

  ବାବା ଶନିଶ୍ଚର ମହିମା ଅପାର, ତାଙ୍କ ସୁଦୟାବଳେ ଚାଲେ ସଂସାର। ତାଙ୍କର ଯଦି ପଡ଼ିବ କୋପଦୃଷ୍ଟି, ବିନାଶ ପାଇବ ନିଶ୍ଚେ ଏହି ସୃଷ୍ଟି।୧। ତାଙ୍କର ପ୍ରିୟ ବାରଟି ଶନିବାର, ପୂଜିଲେ ଭକତି ଭରେ ମିଳେ ବର । ପାଞ୍ଚ ମେଳା କଲେ ପ୍ରୀତ ଶନିଶ୍ଚର , ତାଙ୍କ ନାମେ ମନୁ ଭୟ ହୁଏ ଦୂର। ୨। ଛାୟା ଦେବୀଙ୍କ ସୂତ ରବି ନନ୍ଦନ, ମହାକୋପ ତାଙ୍କର ଏକଥା ଜାଣ। […]

Subscribe US Now