କବୀର ନିରବ ସ୍ୱୀକୃତି – ଅନୁପମା ସାହୁ

Views: 26
0 0
Read Time:3 Minute, 50 Second

ମୁଁ ଭଲପାଏ
ଏ ସର୍ବସଂହା ମାଟିକୁ ,
ଏ ଝିଲ୍ ମିଲ୍ ସ୍ଵଚ୍ଛପାଣିକୁ ,
ଏ ଦିଗହରାପବନକୁ ,
ଏ ନିଥର ଆକାଶକୁ ,
ଏ ମୋକ୍ଷଭିଳାଷୀ ଫୁଲକୁ ,
ଏ ନିରପେକ୍ଷ ପ୍ରେମିକ ଭଅଁରକୁ ,
ଏ ପ୍ରଗତିଶୀଳ ନଦୀକୁ ,
ଏ ସ୍ଵପ୍ନ ବିଭୋର ଝରଣାକୁ ,
ରଙ୍ଗୀନ୍‌ ପ୍ରଜାପତିଟିଏ
ପରି ମନ ଉପବନେ ଉଡି ଉଡି
ସବୁରି ହୃଦୟକୁ ଛୁଇଁବାକୁ
ନିରୁତା ଆପଣା ପଣରେ ॥
ମୁଁ ଭଲପାଏ-
ପାଠକର ଶୁଖିଲା ଅଧରେ
ଦେଖିବାକୁ ପରମ ଆତ୍ମତୃପ୍ତିର
ଉତ୍‌ଫୁଲ୍ଲ ହସଧାରେ ,
ନିର୍ବାକ୍ ପଥର ଦେହରେ
ଫୁଟାଇବାକୁ ପ୍ରୀତିମଗ୍ନ
ଫୁଲ ପାଖୁଡାଏ ମୋ କବୀପଣର ,
ମୁଁ ତ ଝୁରି ହେଉଥାଏ କେବଳ
କେଉଁ ଥୁଣ୍ଟା ବରଗଛରେ
ସବୁଜଜୀବନର ଆଶା ଭରିବାକୁ ॥
ମୁଁ ଭଲପାଏ –
ଫଗୁଣ ଠୁଁ ରଙ୍ଗ ଚୋରାଇ ଆଣି
ରଙ୍ଗୀନ୍‌ ସ୍ୱପ୍ନ ସଜାଇବାକୁ,
ପ୍ରେମବର୍ଷାରେ ଭିଜି ଭିଜି
ନିଜକୁ ହଜାଇ ଦେବାକୁ,
ତୂଳୀ ଧରି ମନଆକାଶରେ
ଆଙ୍କିବାକୁ ସପ୍ତବର୍ଣ୍ଣା ଇନ୍ଦ୍ରଧନୁଟିଏ।
ମୁଁ ଭଲପାଏ ବୋଲି ତ !
କ୍ଷୁଦ୍ରାତିକ୍ଷୁଦ୍ର ଅଣୁରୁ ଅନ୍ତରୀକ୍ଷ ଯାଏଁ,
ଭୂମି ରୁ ଭୂମା ଯାଏଁ ,
ସୃଷ୍ଟିର ସମଗ୍ର ଅଦୃଶ୍ୟ
ଦୃଶ୍ୟମାନ ସତ୍ତାକୁ
ମୋ କଲମ ମୁନର କାଉଁରୀ ସ୍ପର୍ଶରେ
ଜୀବନ୍ୟାସ ଟିକେ ଦେବାକୁ ଇଚ୍ଛାକରେ..କାରଣ
ମୁଁ କବୀଟିଏ ପରା ?
ପ୍ରତିଶୃତିବଦ୍ଧ ଏବଂ ମମତାବଦ୍ଧ
ହୋଇଯାଇଛି ଏ ସୃଷ୍ଟି ସମ୍ଭାରର
ଅଭୂତପୂର୍ବ ମହାମିଳନରେ . . .
ସମସ୍ତଙ୍କୁ ବାନ୍ଧି ରଖିବାକୁ ଚାହେଁ
ଭିନ୍ନ ଏକ କଳାକୌଶଳର
ମୋହାବିଷ୍ଟ ସର୍ବାନ୍ତକରଣରେ
ଯଦିଓ ନିହାତି ଦରଦୀ
କୋମଳ ହୃଦୟ ଥିବା
କବୀଟିଏ ମୁଁ
ଆଜୀବନ
ନିଜର ନିରବସ୍ଵୀକୃତିର
ଜୟଗାନ କରେ ॥

ଅନୁପମା ସାହୁ
ବଡପଦନା
କେନ୍ଦୁଝର

Share this :
Next Post

କବି - ପଣ୍ଡିତ ଅଭୟ କୁମାର ତ୍ରିପାଠୀଶର୍ମା

ବିଶେଷତ୍ୱ ଥିବା ହେତୁ ନାମ ତାଙ୍କ କବି l ବିଶେଷ ଭାବକୁ ବହି ଲେଖୁଥାନ୍ତି ଭାବି ll ମୃତକ ମଧ୍ୟେ ଜୀବନ ଦେଇପାରେ କବି l ପଥରକୁ କଥାକୁହା କରିପାରେ କବି ll କଳିକୁ କୁସୁମ ରୂପ ଦେଇପାରେ କବି l ପଥର ଉପରେ ପଦ୍ମ ଫୁଟାଇଛି କବି ll ପାଣିରେ ଅଗ୍ନି ସଂଯୋଗ କରିପାରେ କବି l ନିଦାଘରେ ବୃଷ୍ଟିପାତ କରିପାରେ କବି ll ମେଘମାଳାକୁ ନର୍ତ୍ତକୀ ସଜାଇଛି […]

Subscribe US Now