ହେ ଈଶ୍ବର ତୁମେ ମଙ୍ଗଳମୟ – ଅନୁପମା ସାହୁ

Views: 37
0 0
Read Time:2 Minute, 6 Second

 

॥O୧॥
ହେ ଈଶ୍ଵର ତୁମେ ମଙ୍ଗଳମୟ
ଦୃଷ୍ଟି ମଙ୍ଗଳ ସୃଷ୍ଟି ମଙ୍ଗଳ ତୁମର।
ଏ ସାରାଜଗତେ ତୁମର ପରଶ
ତୁମେ ପରା ବିଶ୍ଵମଙ୍ଗଳ ଆଧାର ॥
॥ O୨॥
ଏଇ ଯେ ଜୀବନ କରିଅଛ ଦାନ
ସୃଷ୍ଟିର ଏ ନବ ପ୍ରକାଶରେ ନିତ୍ୟ ।
ବିହାୟସ ଭୂମାବ୍ୟାପ୍ତ ଜଳ ସ୍ଥଳ
କୀଟୁ ସ୍ଥାବର ଜଙ୍ଗମ ପର୍ଯ୍ୟନ୍ତ ॥
॥ O୩॥
ଖାଦ୍ୟ ବାସ ଉପାଦାନ ଭରିଅଛ
ତରୁ ତୃଣେ ଦେଇ ଅଛ ଫୁଲଫଳ ।
ଚନ୍ଦ୍ରସୂର୍ଯ୍ୟ ଗ୍ରହତାରା ଉର୍ଦ୍ଧ୍ଵାକାଶେ
ତୁମେପ୍ରଭୁ କେତେଦେଖାଉଛଖେଳ ॥
॥ O୪॥
ତୁମର ରଚନା ବୁଝିପାରିବାର
ଏ ମଣିଷ ଛାରର ଶକତି କାହିଁ ?।
ସବୁ କାର୍ଯ୍ୟ ତୁମମଙ୍ଗଳ ନିମିତ୍ତ
ମଙ୍ଗଳକାରଣ ହେ ଜଗତ ସାଇଁ ॥
॥ O୫॥
ତୁମରି ପୟରେ ଶରଣ ପଶୁଛି
ଆଉ କିଛି ତୁମକୁ ମୁଁ ମାଗୁନାହିଁ ।
ଯାହାର ଯାଲୋଡ଼ା ଦେଇଅଛପରା
ତୁମର ଦାନସମ ତୁଳନା କାହିଁ ? ॥

ଅନୁପମା ସାହୁ
ଶିକ୍ଷୟିତ୍ରୀ,ବଡପଦନା ,କେନ୍ଦୁଝର

Share this :
Next Post

ମାରୁ ମହାବାହୁ (ବ୍ଯଙ୍ଗ) - ବେଣୁଧର ସୂତାର

ଚିହ୍ନି ରଖ ଭାଇ ଏଦେଶ ନେତାଙ୍କୁ ଦେଖ ଦେଖ ତାଙ୍କ ଲୀଳା ଗଣତନ୍ତ୍ର ରାହୁ ମାରୁ ମହାବାହୁ ଏମାନେ ତ ସର୍ବଗିଳା ।। ସଭ୍ୟ ମୁଖାତଳେ କୁତ୍ସିତ ସ୍ବରୂପ ବିବିଧ ଏ ବେଶଧାରୀ ଭକୁଆ ବନାନ୍ତି ଦେଶ ଜନତାଙ୍କୁ ପିଆଇଣ ମାଧୁକରୀ ।। ଗଣତନ୍ତ୍ର ବାଦୀ ଶାସକ ଏମାନେ ଶୋଷଣ ତନ୍ତ୍ରର ଗୁରୁ ନିର୍ଭୟେ ଲୁଟନ୍ତି ଦେଶର ବିଭବ ମହାମାନ୍ୟ ମହାମାରୁ ।। ଦେଶ ମାତୃକାର ସେବକ ନାମରେ ଧର୍ମର […]

Subscribe US Now