ପିଲା ବେଳ ଅଭୂଲା ଦିନ(୦୨) – ଅମରଜିତ ମଲ୍ଲିକ

Views: 35
8 0
Read Time:1 Minute, 44 Second

ପିଲାବେଳ ସେହି
ଅଭୁଲା ଦିନକୁ
ଭୁଲି ହୁଏ ନାହିଁ କେବେ
ମନେ ମନେ ମୁଁ ଯେ
ମୁରୁକି ହସଇ
ମନେ ପଡିଯାଏ ଯେବେ।୧।
ପିଲାବେଳେ ଆମେ
ପୋକ ଅଛି ବୋଲି
ଆଇସକ୍ରିମରେ ଭାବୁଥିଲେ
ଆଜି ସେ କଥାକୁ
ଭଲରେ ଜାଣିଲେ
ନଡ଼ିଆ ଯେବେ ଦେଖିଲେ।୨।
ସୁନପାମ୍ପୁଡି ବାଲା
ଖରାବେଳେ ଆସେ
ତାହା ଆମ ମନେ ଅଛି
ହଳଦି ରାମର
ସୁନପାମ୍ପୁଡିରେ
ସେ ମିଠା ମିଳୁଛି କେଉଁଠି।୩।
ପାଞ୍ଚ ପଇସାର
କମଳା ଚକଲେଟ
ଆଉ କେବେ ମିଳୁ ନାହିଁ
ବର୍ତ୍ତମାନର ସେ
ସୁନାମ କମ୍ପାନୀ
ସେ ମଜା ମେଳୁଛି କାହିଁ।୪।
ନଳି ପ୍ଯାକଟରୁ
ଆଙ୍ଗୁଠିରେ ରଖି
ଖାଉଥିଲୁ ଆମେ କେତେ
ଲେଜ୍ କୁରୁକୁରି
ୱଫର ଭିତରେ
ସେ ମଜା ମିଳିବ ସତେ।୫।

ଅମରଜିତ ମଲ୍ଲିକ
ବଡମ୍ବା, କଟକ

Share this :
Next Post

କାହିଁକି କରିବି ଦୁଃଖ - ସୀମାଞ୍ଚଳ ପଣ୍ଡା

କାହିଁକି  କରିବି   ଦୁଃଖ  ମହାପ୍ରଭୁ କିସ ମୋ’ଅଛି ଅଭାବ? କିସ ମୋର ହେବ କୁବେର ସମ୍ପଦ ତୁମଠାରେ ଥାଉଭାବ। ଯେତେଦେଉଥିବ ସେତେଚାହୁଁଥିବି ପ୍ରସାଦ  କେ ନଚାହିଁବ? ତବ  ପରସାଦେ  ରହିବି  ଆନନ୍ଦେ ଯେତେ ଦିନ ଭାବ ଥିବ, ଭାବରେ   ତୁମର   ସବୁ  ଭରପୁର ଆଉ  କି   ଅଧିକ ସୁଖ? କାହିଁକି  କରିବି   ଦୁଃଖ   ମହାପ୍ରଭୁ କିସ ମୋ’ ଅଛି ଅଭାବ? ତୁମ  ଦରବାରେ  ଅଛି  ସରାଗରେ ସବୁ  ଜାଣି   କର  […]

Subscribe US Now