କାହିଁକି କରିବି ଦୁଃଖ ମହାପ୍ରଭୁ
କିସ ମୋ’ଅଛି ଅଭାବ?
କିସ ମୋର ହେବ କୁବେର ସମ୍ପଦ
ତୁମଠାରେ ଥାଉଭାବ।
ଯେତେଦେଉଥିବ ସେତେଚାହୁଁଥିବି
ପ୍ରସାଦ କେ ନଚାହିଁବ?
ତବ ପରସାଦେ ରହିବି ଆନନ୍ଦେ
ଯେତେ ଦିନ ଭାବ ଥିବ,
ଭାବରେ ତୁମର ସବୁ ଭରପୁର
ଆଉ କି ଅଧିକ ସୁଖ?
କାହିଁକି କରିବି ଦୁଃଖ ମହାପ୍ରଭୁ
କିସ ମୋ’ ଅଛି ଅଭାବ?
ତୁମ ଦରବାରେ ଅଛି ସରାଗରେ
ସବୁ ଜାଣି କର ଭରି,
ଦୁଃଖବୋଲି ଯାହାଭାଳେ ବିଶ୍ୱନାହା
ସୁଖକୁ ଦିଅ ବିଚାରି।
ନିକିତି ତଉଲ କରି ସମତୁଲ
ନ ବିଚାର ସାନ ବଡ଼,
ଦୁଃଖ ଦେଲେ ପୁଣି ସୁଖଦେବ ଆଣି
କର୍ମ ଫଳ ହେବ ଛାଡ଼?
କର୍ମରେ ଜଗତ ହୁଏ ଆତଯାତ
ପାପ ପୁଣ୍ୟେ ଭବଭୋଗ,
କିସ ମୋର ହେବ କୁବେର ସମ୍ପଦ
ତୁମ ଠାରେ ଥାଉ ଭାବ।
ଦୁଃଖ ମୋର କାଳ ପାପ କର୍ମ ଫଳ
କେ ଆଉ କରିବ ଭୋଗ?
କାହିଁକି କରିବି ଦୁଃଖ, ‘ସୁଖଦୁଃଖ’
ନିଜ କର୍ମ ଫଳ ଯୋଗ।
ସୀମାଞ୍ଚଳ ପଣ୍ଡା
ଡେଙ୍ଗାଡି,ଗଞ୍ଜାମ
Readers Interaction