ମୁଁ ଗଛ କହୁଛି – କଳ୍ପନା ରାୟ

Views: 20
0 0
Read Time:3 Minute, 16 Second

 

ମୁଁ ତୁମ ସଖା ବନ୍ଧୁ ସହୋଦର
ନା, ନା, ମୋତେ କାଟନି
ମୁଁ ନ ରହିଲେ ତୁମର କ୍ଷତି ଵେଶୀ
ଅମ୍ଳଜାନ ଦେଇ ଅଙ୍ଗାରକାମ୍ଳ ନିଏ ଶୋଷି
ମୋର ଚେରଠୁ ଡାଳ, ପତ୍ରଠୁ ଫୁଲ
ମୋର କାଠ ଜନ୍ମଠୁ ମୃତ୍ୟୁରେ ଦରକାର
ଜଙ୍ଗଲରେ ତ ସବୁଠୁ ମଙ୍ଗଳ
ମୁଁ ପୃଥୁଳ ହେଲେ ତୁମେ ଛୁଆଧରି ଵଞ୍ଚିବ
ତୁମେ ଶାନ୍ତି ପାଅ ହାର୍ଦ୍ଦିକରୁ ମାନସିକ
ଭୂମିଠୁ ଭୂମାରେ ସ୍ଥିତି ମୋର
ମୋ ପାଇଁ ତୁମର ଜୀବିକା ଆଉ ଜୀବନ
ପ୍ରକୃତି ଓ ପରିବେଶ ମୋ ପାଇଁ ଵଞ୍ଚିବ
ମୋ ବିନା ଶୀତଳ ଛାୟା କାହୁଁ ବା ମିଳିଵ
ଘରର ଆସବାବପତ୍ରଠୁ ପରିବାପତ୍ର
ଭୂମିଠାରୁ ଆକାଶମଣ୍ଡଳ ସବୁଠି ପଦଚିହ୍ନ
ସୌରଶକ୍ତିଠୁ ଜଳ ମୋ ପାଇଁ ସ୍ଵର୍ଗ
ତାପ ନିୟନ୍ତ୍ରଣ ମୋ ପାଇଁ ହିଁ ସମ୍ଭବ
ବାୟୁ ଶୁଦ୍ଧିଠାରୁ ଜଳ ସଂରକ୍ଷଣ
ବଢାଇଥାଏ ଜଳଧାରଣ ଶକ୍ତି ଭୂମିର
ବଡ଼ ସଖା ବନ୍ଧୁ ତୁମ ଜୀବନର
କଳକାରଖାନା ଚାଷ ସବୁଠି ମୋର ଉପସ୍ଥାନ
ବନ୍ୟା ବାତ୍ୟା ମରୁଡ଼ିକୁ ମୋ ପାଇଁ ଭିନ୍ନ
ଔଷଧର ମୁଁ ଏକ ମୁଖ୍ୟ ଉପାଦାନ
ସେଥିପାଇଁ ତ ମୋର ଯତ୍ନ ନିଅନ୍ତି ସୁଧିଜନ
ଶ୍ବାସକ୍ରିୟା ମୋ ପାଇଁ ପୂର୍ବଜଠୁ ତୁମର
ମୋ ବିନା ସୃଷ୍ଟି ସ୍ଥିତି ଅସମ୍ଭବ
ତ୍ୟାଗ ଓ ଦାନ ମୋ ଜୀବନର ଆଦର୍ଶ

କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର

Share this :
Next Post

ଭାବର ଠାକୁର - ଛବିନା ବାଳା ସେନାପତି

  ଭାବ ବିନୋଦିଆ ଭାବର ଠାକୁର ଭକତ ବତ୍ସଳ ହରି। ନିଳାଦ୍ରୀ ନଗରେ କମ୍ବୁ କଟକରେ ବିରାଜିଛ ଚକ୍ରଧାରୀ। କରୁଣା ସାଗର କର ହେ କରୁଣା କୃପା ବାରିଧି ଵୁହାଇ। ଯେତେ ପାପ ପଙ୍କ ଲାଗିଛି ଶରୀରେ ସବୁ ଯାଉ ଧୋଇ ହୋଇ। ପୂଣ୍ୟ କାମ କିଛି କରିନି ଜୀବନେ ସେବି ନାହିଁ ସାଧୁ ସନ୍ଥ। ଧନ ଲୋଭ ମୋହ ଆତ୍ମ ଗାରିମାରେ ହୋଇ ଅଛି ମୁହିଁ ଅନ୍ଧ। ବିଷୟା […]

Subscribe US Now