ମେଘ ବରଷିଲା ଟୁପୁର ଟାପୁର
ବେଙ୍ଗ ବେଙ୍ଗୁଲି କରିଲେ ମଜା
ଅଜା ସାଥେ ବଶି ନାତି ନାତୁଣୀ ଏ
ଖାଉଥିଲେ ଖୁଦ ଭଜା ,
କେଁ କଟ କଟ ବେଙ୍ଗ ବେଙ୍ଗୁଲି
ଛାଡୁଥାନ୍ତି ଦୁହେଁ ରଡି
କୁନା କୁନି ମା ଡିବି ଲଣ୍ଠନରେ
ଢାଳୁ ଥିଲେ କିରୋସିନି ,
ବରଷା ପାଣି ର ଟିପି ଟିପି ବୁନ୍ଦା
ପଡୁଥାଏ ଚାଳାରୁ ଝଡି
ଚାଳ ଛପର ର କ୍ଷୁଦ୍ର କଣା ଦେଇ
ଜଳ କଣା ଅଶେ ମାଡି ,
ମେଘ ବରଷିଲା ଶିଶିର ବହିଲା
ଜାନୁ ଜଙ୍ଘ ଗଲା ଥରି
ରାତ୍ର ଆଗ ମାନେ କାତର ଧରି ଲେ
କୁନା କୁନି ଭାଇ ଭଉଣୀ ,
ବେଙ୍ଗ ବେଙ୍ଗୁଲିର କେଁ କଟ କଟ
ରାତ୍ରକୁ କରେ ଵିକାଳ ,
ଶିଶିର ପବନ ତୁରୀ ସବଦରେ
ରାତ୍ରକୁ କରେ ଆଗମନ
ମେଘ ଘଡ ଘଡ଼ି ବାଇଦ ବଜାଏ
ବିଜୁଳି ଦିଏ ଆଲୋକ,
ତୂରି ବାଇଦ ର କମ୍ପନ ନାଦରେ
ଚାରିଦିଗ ପ୍ରକମ୍ପିତ,
ପ୍ରିୟଙ୍କା ମହାନ୍ତି
ବାଙ୍କୀ,ଶିମିଳିପୁର
Readers Interaction