ଦାଣ୍ଡ ତ ଦାଣ୍ଡ ରେ କେତେ କେତେ ଦାଣ୍ଡ
ଗୋଟିଏ ରେ ବଡ଼ଦାଣ୍ଡ,
ଜନମରୁ ଜୁଇ ଶାନ୍ତି ମୁକତିର
ପଥ ସେହି ବଡ଼ ଦାଣ୍ଡ @||
ଜୀବନ ଯନ୍ତ୍ରଣା ମହାଦୀପ କୁ ତୁ
ଫୋପାଡ଼ି ଦିଅ ରେ ପିଣ୍ଡ,
ପ୍ରତୀକ୍ଷା କରିଛି ତୁରୀୟ ତୃଷ୍ଣା ର
ପଦ ଯାତ୍ରା ବଡ଼ ଦାଣ୍ଡ ||
ପାଦ ଦେଉ ଦେଉ ପବିତ୍ର ହୋଉବ
ତୋ ଦେହରୁ ପାପ କୁଣ୍ଡ,
ମନ୍ଦିର ଡାକେ ନୀଳଚକ୍ର ଡାକେ ଆ
ବଡ଼ ଶଙ୍ଖ ବଡ଼ ଦାଣ୍ଡ @||
ରୋଗୀ, ଭୋଗୀ, ଯୋଗୀ ଶୋକର୍ତ୍ତ, ଦୁଃଖର୍ତ୍ତ
ଧନୀ ବିଳାସୀ ସଭିଏଁ
ଅସ୍ତିତ୍ୱ ହରାନ୍ତି ନିଜକୁ ଭୁଲନ୍ତି
ବଡ଼ଦାଣ୍ଡ ମାଟି ଛୁଁଏ ||
ବଡ଼ଦାଣ୍ଡ ମାଟି ଶ୍ରେଷମଗ୍ନ ମାଟି
ବାଲି ଏଠି କଇବଲ
ଶଙ୍କର, ଚୈତନ୍ୟ ସିଦ୍ଧ ପୁରୁଷ ଙ୍କ
ଦେବତା ବିହାର ସ୍ଥଳ ||
ବଡ଼ଦାଣ୍ଡ ଦେଇ ଆସଇ କାଳିଆ
ଭାଇ ଭଉଣୀ ସାଙ୍ଗରେ
ଜୟ ଜଗନ୍ନାଥ ହରିବୋଲ ଧ୍ଵନି
ଉଛୁଲେ ଭକ୍ତ ତାନରେ ||
ଜନ୍ମ ଜନ୍ମାନ୍ତର ଚେତନାର ପଥ
ରୂପକଳ୍ପ ବଡ଼ଦାଣ୍ଡ
କଳ୍ପରୁ କୈବଲ୍ୟ ଏକ ସ୍ଥୁଳ ସ୍ତୁପ
ମୁକ୍ତିପଥ ବଡ଼ଦାଣ୍ଡ ||
ବନ୍ଦନା ମହାପାତ୍ର
Readers Interaction